ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ପର୍ଯ୍ୟଟକଙ୍କ ପାଇଁ ସେପ୍ଟେମ୍ୱର ୧୦ ତାରିଖ ଅର୍ଥାତ ଗୁରୁବାରରୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଯଶିପୁର କଳିକପ୍ରସାଦ୍ ଗେଟ୍ ଦେଇ ୩୫ ଟି ଓ ପିଠାବଟା ଗେଟ୍ ଦେଇ ଦୈନିକ ୨୫ ଟି ପର୍ଯ୍ୟଟକଙ୍କ ଗାଡ଼ିକୁ ପ୍ରବେଶ ପାଇଁ ଅନୁମତି ରହିଛି । ବନ୍ୟଜନ୍ତୁଙ୍କୁ ଦେଖି ଆନନ୍ଦ ଉଠାଇ ପାରିବେ ପର୍ଯ୍ୟଟକ । ତେବେ ଏଥିପାଇଁ ପୂର୍ବରୁ ବୁକିଙ୍ଗ କରିବାର ଆବଶ୍ୟକତା ରହିଛି ।ତେବେ ଚଳିତ ବର୍ଷ ବନ୍ୟଜନ୍ତୁଙ୍କୁ ଦେଖିବାକୁ ଜଙ୍ଗଲ ସଫାରୀର ମଜା ନେଇ ପାରିବେ ପର୍ଯ୍ୟଟକ । ରାତ୍ରି ରହଣି ଓ ଜଙ୍ଗଲ ସଫାରୀ ପାଇଁ ପୂର୍ବରୁ www.odishaecoturisim.com ରେ ଲଗ୍ ଇନ୍ କରି ବୁକିଙ୍ଗ କରି ପାରିବେ ।

Leave a Reply

Your email address will not be published. Required fields are marked *