ରାଉରକେଲାରେ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୬’ର ରୌପ୍ୟ ଜୟନ୍ତୀ

ରାଉରକେଲାରେ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୬’ର ରୌପ୍ୟ ଜୟନ୍ତୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ରାଉରକେଲାରେ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୬’ର ରୌପ୍ୟ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ଓଡ଼ିଶାର ଶିଳ୍ପ ବିକାଶ ପାଇଁ ଏକ ନୂଆ ଦିଗ୍ ଦର୍ଶନ ଦେଇଛନ୍ତି । ପଶ୍ଚିମ ଓଡ଼ିଶାକୁ ରାଜ୍ୟ ଅର୍ଥନୀତିର ମୁଖ୍ୟ ଚାଳକ କହିବା ସହ ସେ ଅନେକ ବଡ଼ ଘୋଷଣା କରିଛନ୍ତି । କାର୍ଯ୍ୟକ୍ରମରେ ୪୩ ହଜାର ୩୪୯ କୋଟି ଟଙ୍କାର ୨୨ଟି MOU ସ୍ୱାକ୍ଷର କରାଯାଇଛି ।ମୁଖ୍ୟମନ୍ତ୍ରୀ ୮ ହଜାର ୮ଶହ ୮୪ କୋଟି ଟଙ୍କାର ୨୦ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହାଦ୍ୱାରା ୬ ହଜାର ୮ଶହ ୩୨ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମୋଟ ୫୨ହଜାର୨୬ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି । ଯାହା ୨୦ହଜାର ୪ଶହ ୨୭ଟି ନୂଆ ଚାକିରି ସୁଯୋଗ ସୃଷ୍ଟି କରିବ ।ଢେଙ୍କାନାଳରେ ଏକ ବଡ଼ ପ୍ରକଳ୍ପ ପାଇଁ ବେଦାନ୍ତ ଆଲୁମିନିୟମକୁ ପ୍ରାୟ ୧,୪୪୭ ଏକର ଜମିର କାଗଜପତ୍ର ମୁଖ୍ୟମନ୍ତ୍ରୀ ହସ୍ତାନ୍ତର କରିଛନ୍ତି । ଛୋଟ ଓ ମଧ୍ୟମ ଶିଳ୍ପ (MSME) କୁ ପ୍ରୋତ୍ସାହନ ଦେଇ ରାଜ୍ୟରୁ ଯୁବକମାନଙ୍କ ପଳାୟନ ରୋକିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଏବଂ ବିଶ୍ୱର ଶ୍ରେଷ୍ଠ ଶିଳ୍ପ କେନ୍ଦ୍ର ସହ ପ୍ରତିଯୋଗିତା କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍, ସେଲ୍ (SAIL), ଜେଏସଡବ୍ଲୁ (JSW) ଓ ବେଦାନ୍ତ ଭଳି ବଡ଼ କମ୍ପାନୀର ମୁଖ୍ୟମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *