ଅଶାନ୍ତ ହୋଇଛି ସିଲଭର ସିଟି !

ଦିନ ଦ୍ଵିପ୍ରହରରେ ମହିଳାଙ୍କୁ ଛୁରାମାଡ଼ !

ପୁଣି ଅଶାନ୍ତ ହୋଇ ପଡିଛି ସିଲଭର ସିଟି କଟକ। ଦିନ ଦ୍ବିପ୍ରହରରେ ମହିଳାଙ୍କୁ ହୋଇଛି ଛୁରା ମାଡ଼ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଦୋଳମୁଣ୍ଡେଇ ଅଞ୍ଚଳରେ । ସୂଚନା ଅନୁସାରେ ଏକ ପାର୍ଲର ରେ କାମ କରନ୍ତି ମହିଳା ଜଣଙ୍କ ।ହଠାତ କିଛି ଦୁର୍ବୃତ୍ତ ମହିଳାଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଥିଲେ । ମହିଳାଙ୍କ ଚିତ୍କାର ଶୁଣି ସଙ୍ଗେ ସଙ୍ଗେ ଆହତ ଅବସ୍ଥାରେ ମହିଳାଙ୍କୁ ଏସସିବି ମେଡିକାଲକୁ ପଠାଇଲେ ସ୍ଥାନୀୟ ଲୋକେ ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ପୁରୀଘାଟ ଥାନା ପୋଲିସ । ଆଉ ସଙ୍ଗେସଙ୍ଗେ ତଦନ୍ତ ଆରମ୍ଭ କରିବା ସହ ଆଖପାଖ ଅଂଚଳର ସିସି ଟିଭି ମଧ୍ୟ ଯାଞ୍ଚ କରିଛି ପୋଲିସ । ତେବେ ମହିଳା ଜଣଜ ତେଲେଙ୍ଗା ବଜାର ଅଂଚଳର ସୁଚିତ୍ରା ଖଟୁଆ ହୋଇଥିବା ବେଳେ ଛୁରାମାଡ଼ କରିଥିବା ଯୁବକଙ୍କୁ ଧରିପାରିନି ପୋଲିସ ତେବେ ପ୍ରାଥମିକ ତଦନ୍ତ ଅନୁଯାୟୀ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଛୁରାମାଡ଼ ହୋଇଥିବା ସନ୍ଦେହ କରୁଛି ପୋଲିସ୍ । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଆଲୋଡନ ସୃଷ୍ଟି କରୁଛି ।