ଆଜି ରାକ୍ଷୀ ପୂର୍ଣ୍ଣିମା

ଭାଇ ହାତରେ ଉଭଣୀର ସ୍ନେହର ଡୋରି

ରାକ୍ଷୀ..ଭାଇ ଭଉଣୀ ସମ୍ପର୍କରେ ପ୍ରେମ ଓ ପବିତ୍ରତାର ପ୍ରତୀକ । ଭାଇ ଭଉଣୀର ସମ୍ପର୍କ ଏକ ନାଁ ନୁହେଁ ଏକ ଦାୟିତ୍ବ । ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନିଏ ଭଉଣୀ । ସମ୍ପର୍କର ସାକ୍ଷୀ ଭାବେ ରାକ୍ଷୀ ବାନ୍ଧି ଭାଇର ଶୁଭ ମନାସେ ଭଉଣୀ । ରାକ୍ଷୀ ପୂର୍ଣ୍ଣିମା ହେଉଛି ଭାଇ ଭଉଣୀଙ୍କ ମଧ୍ୟରେ ଏକ ଅତୁଟ ବନ୍ଧନର ପର୍ବ । ଭାଇ ଠାରୁ ସୁରକ୍ଷା ଆଶା ନେଇ ସୁରକ୍ଷାର ସୂତା ବାନ୍ଧୁଛି ଭଉଣୀ । ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ ଭାବରେ ରାକ୍ଷୀ ପୂର୍ଣ୍ଣିମା ଭାଇ-ଭଉଣୀ ସମ୍ପର୍କକୁ ମଜବୁତ କରିବା ପାଇଁ ପାଳନ କରାଯାଏ ।ଏହି ବିଶେଷ ଦିନରେ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ଦୀର୍ଘାୟୁ କାମନା କରନ୍ତି । ସେହିପରି ଭାଇମାନେ ମଧ୍ୟ ନିଜ ଭଉଣୀମାନଙ୍କୁ ଉପହାର ଦେଇ ସେମାନଙ୍କୁ ସୁରକ୍ଷା ଦେବାକୁ ଆଶ୍ଵସନା ଦିଅନ୍ତି । ହିନ୍ଦୁ ପରମ୍ପରା ଅନୁସାରେ ରାକ୍ଷୀକୁ ରକ୍ଷା ସୂତା ରୂପେ ବିବେଚନା କରାଯାଏ । ଯାହାକି ସାଧାରଣତଃ ସୂତାରୁ ପ୍ରସ୍ତୁତ ହୋଇଥାଏ ।