ବିଜେଡି ଗଡରେ ବିଜୟୀ ହେଲା ବିଜେପି

ଦିଗପହଣ୍ଡିରେ ବିଜୟୀ ହେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡିରେ ଦମ୍ ଦେଖାଇଲା ବିଜେପି । ବିଜେଡି ଗଡରେ ବିଜୟୀ ହେଲା ବିଜେପି । ବିଜେଡିର ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ ହରାଇ ବିଜୟୀ ହେଲେ ସିଦ୍ଧାନ୍ତ ମହାପାତ୍ର । ତେବେ ବିଜେଡିର ଗଡ ହିସାବରେ ଦିଗପହଣ୍ଡିକୁ ଗଣାହୁଏ । ୨୦୦୯ରୁ ଲଗାତାର ଭାବେ ବିଜେଡି ସେଠି ବିଜୟୀ ହେଉଥିବା ବେଳେ ବିଜେପି ଏଥର ବାଜିମାତ୍ କରିଛି । ସୂର୍ଯ୍ୟ ପାତ୍ର ବିଜେଡିରୁ ୩ ଥର ବିଧାୟକ ହୋଇଥିବା ବେଳେ ଏଥର ତାଙ୍କ ପୁଅକୁ ଟିକେଟ୍ ଦେଇଥିଲା ଦଳ । ଆଉ ତାଙ୍କ ବିରୋଧରେ ବିଜେପି ସିଦ୍ଧାନ୍ତଙ୍କୁ ଛିଡା କରିଥିଲା । ଆଉ ବିଜେଡି ଛାଡି ବିଜେପି ଯାଇଥିବା ସିଦ୍ଧାନ୍ତ ଦିଗପହଣ୍ଡିରେ ବିଜୟୀ ଲାଭ କରିଛନ୍ତି ।