ଲକ୍ଷ୍ନୌରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଭବ୍ୟ ସ୍ଵାଗତ

ମହାକାଶରୁ ଫେରି ଜନ୍ମମାଟିରେ ପାଦ ରଖିଲେ ଶୁଭାଂଶୁ ଶୁକ୍ଳା

ମହାକାଶରୁ ଫେରିବା ପରେ ଜନ୍ମମାଟି ଲକ୍ଷ୍ନୌରେ ଆଜି ପହଞ୍ଚିଛନ୍ତି ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ସେଠାରେ ସେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ତାଙ୍କ ସମ୍ମାନ ଉଦ୍ଦେଶ୍ୟରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।ଏହାବ୍ୟତୀତ ଶୁଭାଂଶୁ ଶୁକ୍ଳାଙ୍କୁ ଗୋମତୀ ନଗର ଏକ୍ସଟେସନ୍ କ୍ୟାମ୍ପସ୍ ଅଡିଟୋରିୟମରେ ସମ୍ମାନିତ କରାଯିବ । ଯାହା ପରେ ପ୍ରେସମିଟ୍ କରାଯିବ । ଏହା ସହିତ ସେ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଭେଟିବେ । ତାଙ୍କ ସଫଳତା ପାଇଁ ସେଠାରେ ମଧ୍ୟ ତାଙ୍କୁ ସନ୍ଧ୍ୟାରେ ପୁଣି ସମ୍ମାନିତ କରାଯିବ ।ଏହା ପୂର୍ବରୁ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଥିଲା । ସେହି ସମୟରେ ସ୍ବାଗତ ପାଇଁ ଏୟାରପୋର୍ଟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ରାଜ୍ୟମନ୍ତ୍ରୀଙ୍କ ସମେତ ଶୁଭାଂଶୁଙ୍କ ପୁଅ ଏବଂ ସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।