ଆଜି ଶ୍ରୀମନ୍ଦିର ନିବେଶ କମିଟି ବା ପୁଞ୍ଜି ବିନିଯୋଗ କମିଟି ବୈଠକ

ଶ୍ରୀମନ୍ଦିର ନିବେଶ କମିଟି ବୈଠକ

ଆଜି ଶ୍ରୀମନ୍ଦିର ନିବେଶ କମିଟି ବା ପୁଞ୍ଜି ବିନିଯୋଗ କମିଟି ବୈଠକ। ମହାପ୍ରଭୁଙ୍କର ଦାନ ଅର୍ଥରୁ ନିବେଶ ହୋଇଥିବା ଦୁଇଟି ସ୍ଥାୟୀ ଜମାର ମାଚ୍ୟୁରିଟି ତାରିଖ ରହିଛି । ପ୍ରାୟ ୫୯୨ କୋଟି ଟଙ୍କାର ସ୍ଥାୟୀ ଜମାର ମାଚ୍ୟୁରିଟି ହେବ । ତେଣୁ ଏହାକୁ ଆଗାମୀ ଦିନରେ କେଉଁ କ୍ଷେତ୍ରରେ ନିବେଶ କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।ସୂଚନାଯୋଗ୍ୟ, କିଛି ମାସ ତଳେ ରାଜ୍ୟ ସରକାରଙ୍କ ଅନୁମୋଦନ ଆସିବା ପରେ ଶୁଭ ବେଳାରେ ଗଣତି ମଣତି ଆରମ୍ଭ ହେଇଥିଲା । ତାରିଖ ସ୍ଥିରିକୃତ ହୋଇ ରାଜ୍ୟ ସରକାରଙ୍କୁ ଦିଆଯିବ ବୋଲି କୁହାଯାଇଥିଲା । ଗଣତିମଣତି ବେଳେ ଭକ୍ତଙ୍କ ଦର୍ଶନ ପ୍ରଭାବିତ ହୋଇନଥିଲା । ବାହାରକାଠରୁ ଦର୍ଶନ ହୋଇଥିଲା । ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ସୂଚନା ଦେଇଥିଲେ । ସେହିପରି ଗୁଣ୍ଡିଚା ମନ୍ଦିର ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଗୁଣ୍ଡିଚା ମନ୍ଦିରକୁ ଆଉ ନିଲାମ ଦିଆଯାଇନଥିଲା । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବୁଲି ଦେଖିବା ପରେ ଗୁଣ୍ଡିଚା ମନ୍ଦିର ଖୋଲିଥିଲା।

Leave a Reply

Your email address will not be published. Required fields are marked *