କ୍ୟାଚ୍ ନେବା ସମୟରେ ଶ୍ରେୟସ ଆୟରଙ୍କ ପଞ୍ଜରାରେ ଆଘାତ

ଆଇସିୟୁରେ ଭର୍ତ୍ତି ହେଲେ ଶ୍ରେୟସ

ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହେଲେ ଭାରତୀୟ କ୍ରିକେଟର ଶ୍ରେୟସ ଆୟର। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ କ୍ୟାଚ୍ ନେବା ସମୟରେ ଶ୍ରେୟସ ଆୟରଙ୍କ ପଞ୍ଜରାରେ ଆଘାତ ଲାଗିଥିଲା । ଏହି ଘଟଣା ପରେ ଏବେ ଉପ-ଅଧିନାୟକ ଗୁରୁତର ଆଘାତ ପାଇ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଏବେ ICUରେ ରଖାଯାଇଛି। ସୂଚନା ମିଳିଛି ଯେ, ଘଟଣା ଘଟିବା ପରେ ପଞ୍ଜରା ହାଡ଼ ଭିତରେ ରକ୍ତସ୍ରାବ ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।୭ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ରହିବେ