ନୂଆବର୍ଷରେ ଶ୍ରୀମନ୍ଦିର ପାଇଁ ନୂଆ ବ୍ୟବସ୍ଥା,ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଜଗା ଦର୍ଶନ

ଅଧରାତିରୁ ଆରମ୍ଭ ହେବ ଜଗା ଦର୍ଶନ

ଅଧରାତିରୁ ଆରମ୍ଭ ହେବ ଜଗା ଦର୍ଶନ । ନୂଆବର୍ଷରେ ଶ୍ରୀମନ୍ଦିର ପାଇଁ ନୂଆ ବ୍ୟବସ୍ଥା,ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ। ୩ ମାସ ହେଲା ଏ ନେଇ ସଚେତନ କରାଯାଉଥିବା ବେଳେ ଜାନୁଆରି ପହିଲାରୁ ଏହା କଡ଼ାକଡ଼ି ହେବ ।ଆସନ୍ତାକାଲିଠାରୁ ନୂଆ ବ୍ୟବସ୍ଥାରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବାକୁ ଯାଉଛି । ଏସି ସେଡ୍ ଦେଇ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯିବେ । ବିଶ୍ରାମ ପାଇଁ ତିଆରି ହୋଇଛି ଜର୍ମାନ ହ୍ୟାଙ୍ଗର । ୧୦ଟି ଧାଡିରେ ମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ଏହି ବ୍ୟବସ୍ଥା ଭକ୍ତଙ୍କ ପାଇଁ ସୁବିଧା ଓ ସୁରକ୍ଷିତ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ବ୍ୟବସ୍ଥାର ଟ୍ରାଏଲ ରନ୍ କରିଛି ପ୍ରଶାସନ । ଭକ୍ତମାନେ କିପରି କାଳିଆ ସାଆନ୍ତଙ୍କୁ ଭଲରେ ଦର୍ଶନ କରିବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନୂଆବର୍ଷରେ ପୁରୀରେ ୪ରୁ ୫ଲକ୍ଷ ଭକ୍ତଙ୍କ ଆଗମନ ଆକଳନ କରାଯାଉଛି । ନୂଆ ବର୍ଷ ପାଇଁ ୨୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ମାର୍କେଟ୍ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ଯାନବାହନ ନିଷିଦ୍ଧ ଅଂଚଳ ଭାବେ ଘୋଷଣା ହୋଇଛି । ଦିଗବାରେଣିଠାରୁ ବତିଘର ପର୍ଯ୍ୟନ୍ତ ସମୁଦ୍ରକୂଳ ରାସ୍ତାକୁ ଯାନବାହାନ ନିଷିଦ୍ଧ ଅଂଚଳ ଭାବେ ଘୋଷଣା କରାଯାଇଛି । ଆଜି ରାତି ୧୨ଟାରୁ ଜାନୁଆରୀ ୨ ତାରିଖ ରାତି ୧୨ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ସେପଟେ ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ କଟକଣା । ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ହିଁ ଶ୍ରୀମନ୍ଦିରକୁ ଯାଇପାରିବେ ଭକ୍ତ । ଏହା ପୂର୍ବରୁ ବାରଣ ଥିବା ଡ୍ରେସ୍ ପିନ୍ଧି ଆସିଥିବା ଭକ୍ତଙ୍କୁ ଧୋତି ପିନ୍ଧା ଯାଇ ଭିତରକୁ ଛଡାଯାଉଛି । ଆସନ୍ତାକାଲିଠୁ ଏହି କଟକଣାକୁ ଜୋରଦାର କରାଯିବ । ଏହା ସହ ପାନ, ଗୁଟଖା ଉପରେ ମଧ୍ୟ କଟକଣା ଲାଗୁ କରାଯିବ ।