୬ ଥାକିଆ ବାରିକେଡ୍‌ରେ ଶ୍ରୀମନ୍ଦିରକୁ ଯିବେ ଭକ୍ତ

ଜାନୁଆରୀ ୨୦ରୁ ଧାଡ଼ି ଦର୍ଶନ

୨୦ ତାରିଖରୁ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେବ। ଏନେଇ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ତୀବ୍ର କରାଯାଇଛି। ଶ୍ରଦ୍ଧାଳୁମାନେ ୬ ଥାକିଆ ବେରିକେଡ୍ ଦେଇ ଶ୍ରୀମନ୍ଦିର ପରିସରକୁ ପ୍ରବେଶ ସହ ମହାପ୍ରଭୁଙ୍କ ଦର୍ଶନ କରିବେ। ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଇନମନ୍ତ୍ରୀ କହିଛନ୍ତି, ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ସେ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛିl ନାଟମଣ୍ଡପ ଭିତରେ ଭକ୍ତମାନେ ଶୃଙ୍ଖଳିତ ଭାବେ ପ୍ରବେଶ କରି ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ସେନେଇ ୬ ଥାକିଆ ବାରିକେଡ୍ କରାଯାଇଛି। ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବl ରତ୍ନଭଣ୍ଡାର ମରାମତି ସମ୍ପୂର୍ଣ୍ଣ ହେବା ମାତ୍ରେ ପରବର୍ତ୍ତୀ ସପ୍ତାହ ଠାରୁ ଗଣତିମଣତି କରାଯିବ।