ଓଡ଼ିଆ ଫଳକ ନଥିବାରୁ କାରଣ ଦର୍ଶାଅ ନୋଟିସ
ସରକାର ନିୟମ କରିଥିଲେ ପ୍ରତି ଦୋକାନରେ ଲାଗିବ ଓଡିଆରେ ଫଳକ । ନିୟମ ହେବା କିଛି ଦିନ ଲୋକେ ଏହାକୁ ମାନିଲେ । କିନ୍ତୁ ପରେ ପୁରାପୁରି ଭୁଲିଗଲେ । ଆଉ ଏବେ ଲୋକେ ନିୟମ ମାନିବା ତ ଦୂରର କଥା ଭୁଲିଯାଇଛନ୍ତି ଯେ ଏପରି ଦିନେ କିଛି ନିୟମ ହୋଇଥିଲା । ରାଜ୍ୟର ରାଜଧାନୀରେ ଏହି ନୟମର ତଦାରଖ ପାଇଁ ଆରମ୍ଭ ହୋଇଛି ଏକ ସ୍ବତନ୍ତ୍ର ଡ୍ରାଇଭ । ସହକାରୀ ଶ୍ରମ ଅଧିକାରୀ, ଭୁବନେଶ୍ୱରଙ୍କ ଓଡ଼ିଆ ସାଇନ୍ ବୋର୍ଡ ତଦାରଖ ପାଇଁ ସ୍ୱତନ୍ତ୍ର ଯାଞ୍ଚ କରାଯାଉଛି । ସହିଦ ନାଗର, ଭବାନୀ ମଲ୍ ରୋଡ୍ ଓ ୟୁନିଟ ୨ ମାର୍କେଟ ବିଲ୍ଡିଂ ଅଞ୍ଚଳରେ ଏହି ସ୍ୱତନ୍ତ୍ର ଡ୍ରାଇଭ ତଦାରଖ କରୁଥିବା ଦେଖିବାକୁ ମିଳୁଛି । ସହିଦ ନଗର ଅଞ୍ଚଳର ୮ ଓ ୟୁନିଟ ୨ ଅଞ୍ଚଳର ୧୪ ଦୋକାନକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଓଡ଼ିଆ ସାଇନ୍ ବୋର୍ଡ ଲଗାଯାଇନଥିବାରୁ OS&CE ଅଧିନିୟମ, ୧୯୫୬ ଅନୁଯାୟୀ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ତେବେ ଏହି କାର୍ଯ୍ୟାନୁଷ୍ଠାନ ପରେ ଦେଖିବାକୁ ବାକି ରହିଛି ଯେ ଦୋକାନୀମାନେ କେତେ ମାତ୍ରାରେ ନିୟମ ମାନୁଛନ୍ତି ।