ଆମେରିକାର ନ୍ୟୁୟର୍କ ସ୍ଥିତ ମେନହଟନର ଏକ ଅଫିସ ବିଲ୍ଡିଂ ଉପରେ ଆଖିବୁଜା ଗୁଳିମାଡ଼

ଆମେରିକାରେ ଗୁଳିମାଡ଼, ପୋଲିସ ଅଫିସର ସମେତ ୫ ମୃତ

ଆମେରିକାର ନ୍ୟୁୟର୍କ ସ୍ଥିତ ମେନହଟନର ଏକ ଅଫିସ ବିଲ୍ଡିଂ ଉପରେ ଆଖିବୁଜା ଗୁଳିମାଡ଼ । ଏହି ଆକ୍ରମଣରେ ୫ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଅଫ୍ ଡ୍ୟୁଟି ନ୍ୟୁୟର୍କ ସିଟି ପୋଲିସ ଅଧିକାରୀ ମଧ୍ୟ ରହିଛନ୍ତି । ୫ଜଣଙ୍କୁ ଆକ୍ରମଣ କରିବା ପରେ ନିଜକୁ ଗୁଳି କରିଥିଲେ ଆତଙ୍କୀ । ସୂଚନାନୁଯାୟୀ, ପାର୍କ ଆଭିନ୍ୟୁରେ ଥିବା ଏକ ଅଫିସ୍ ବିଲ୍ଡିଂରେ ସନ୍ଧ୍ୟା  ପ୍ରାୟ ୬.୩୦ମିନିଟ୍ ସମୟରେ ଗୁଳିକାଣ୍ଡ ଘଟିଥିଲା । ଯେଉଁଥିରେ ଆମେରିକାର କିଛି ଆର୍ଥିକ କମ୍ପାନୀ ଏବଂ ନ୍ୟାସନାଲ ଫୁଟବଲ୍ ଲିଗ୍ ରହିଛି । ନ୍ୟୁୟର୍କର ମ୍ୟାନହାଟନର ସିଟିରେ ଥିବା ଏକ ୪୪ ମହଲା ବିଶିଷ୍ଟ ବିଲଡିଂରେ ହଠାତ ଜଣେ ଯୁବକ ପସି  ଲୋକଙ୍କ ଉପରେ ଆଖିବୁଜା ଫାୟାରିଂ କରିଥିଲେ ।  ଯେଉଁଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ଯାହା ପରେ ଆକ୍ରମଣକାରୀ ନିଜକୁ ନିଜେ ଗୁଳି କରିଥିଲେ । ଏହା ପରେ ଘଟଣାସ୍ଥଳରେ ଟଳିପଡିଥିଲା ।  ଅଭିଯୁକ୍ତ ଆକ୍ରମଣକାରୀଙ୍କ ପରିଚୟ ଚିହ୍ନଟ କରିଛି ପୋଲିସ । ମୃତଦେହ ନିକଟରୁ ପରିଚୟପତ୍ର ମିଳିଥିବା ଜଣାପଡିଛି । ମୃତ ଅଭିଯୁକ୍ତ ୨୭ ବର୍ଷୀୟ ସେନ ତାମୁରା ବୋଲି ଜଣାପଡିଛି । ଘଟଣାସ୍ଥଳରେ ଏଫବିଆଇ ପହଞ୍ଚି ତଦନ୍ତ କରୁଛି ।