ଶିବାଜୀ ମହାରାଜା ଦୁର୍ଗକୁ ମିଳିଲା UNESCOର ମାନ୍ୟତା

ଶିବାଜୀ ମହାରାଜା ଦୁର୍ଗକୁ ମିଳିଲା UNESCOର ମାନ୍ୟତା

ଛତ୍ରପତି ଶିବାଜୀଙ୍କ ଅମଳର ମରାଠା ଦୁର୍ଗକୁ ମିଳିଲା ୟୁନେସ୍କୋର ମାନ୍ୟତା । ବିଶ୍ବ ଐତିହ୍ୟ ତାଲିକାରେ ପାଇଲା ସ୍ଥାନ । ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ ହେଲା ‘ମରାଠା ସୈନ୍ୟଭୂମି, ଯାହା ଭାରତର ୪୪ତମ ୟୁନେସ୍କୋ ମାନ୍ୟତା ପାଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି । ଏହାସହିତ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ।ପ୍ୟାରିସରେ ୪୭ତମ ବିଶ୍ୱ ଐତିହ୍ୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ବିଦେଶିକ ମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏକ୍ସରେ ପୋଷ୍ଟ ସେୟର କରି ଲେଖିଛନ୍ତି, ଐତିହାସିକ ଏବଂ ଗୌରବର ମୁହୂର୍ତ୍ତ । ମହାରାଷ୍ଟ୍ର ସରକାର ଆମର ପ୍ରିୟ ଛତ୍ରପତି ଶିବାଜୀ ମହାରାଜାଙ୍କୁ ପ୍ରଣାମ କରୁଛି । ମହାରାଷ୍ଟ୍ରର ନାଗରିକ ଏବଂ ସମସ୍ତ ଶିବଭକ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।

ମହାରାଷ୍ଟ୍ର ଓ ତାମିଲନାଡୁର ୧୨ଟି ଦୁର୍ଗ ସମେତ ସାଲହେର, ଶିବନେରୀ, ଲୋହଗଡ଼, ଖଣ୍ଡେରୀ, ରାୟଗଡ଼, ରାଜଗଡ଼, ପ୍ରତାପଗଡ଼, ସୁବର୍ଣ୍ଣଦୁର୍ଗ, ପାନହାଲା, ବିଜୟଦୁର୍ଗ, ସିନ୍ଧୁଦୁର୍ଗ ଓ ଗିଙ୍ଗୀ ଦୁର୍ଗ ମରାଠା ଶାସକଙ୍କ ସାମରିକ ରଣନୀତି ଓ ସ୍ଥାପତ୍ୟ କୌଶଳକୁ ପ୍ରଦର୍ଶିତ କରୁଛି ।