ସ୍ଵାମୀ ସାଜିଲା ସଇତାନ, ନେଲା ସ୍ତ୍ରୀର ଜୀବନ !

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ହତ୍ୟା !

ସଇତାନ ସ୍ବାମୀର ବିଭଶ୍ଚ କାଣ୍ଡ । ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀର ଜୀବନ ନେଲା ସ୍ଵାମୀ । ଦିନେ ସାତଜନମକୁ ସାଥି ହେବା ପାଇଁ କଥା ଦେଇଥିଲା ହେଲେ ଆଜି ଭୁଲିଗଲା ସବୁ ସମ୍ପର୍କ ଆଉ ପାଲଟିଗଲା ନରରୂପୀ ସଇତାନ । ନେଲା ସ୍ତ୍ରୀର ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଆମ୍ବଠା ରାସ୍ତା ପାର୍ଶ୍ବରେ ଥିବା ଏକ ଇଟାଭାଟି ନିକଟରୁ। ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।

ଖବର ପାଇ ପାଟପୁର ଥାନା ପୁଲିସ ପକ୍ଷରୁ ଏସ.ଆଇ ଟୁନା ପିଡ଼ିକା,  ଓ ଏସ.ଆଇ ମିଲନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ନେଇ ଜଣାପଡ଼ିଛି। ପଳାଶପୁରର ବାଉରୀ ସାହିର ମୃତ ମହିଳାଙ୍କ ନାମ ସୁଲୋଚନା ଦାସ ହୋଇଥିବା ବେଳେ ଅଟକ ସ୍ଵାମୀଙ୍କ ନାମ ରଞ୍ଜନ ଦାସ ବୋଲି ଜଣାଯାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ରଞ୍ଜନ ସୁଲୋଚନାଙ୍କୁ ହତ୍ୟା କରିଥିବା ଚର୍ଚ୍ଚା ହେଉଛି। ଏପରି ଘଟଣା ପରେ ସ୍ଥାନିୟରେ ଚାଞ୍ଚଲ୍ୟ ଖେଳିଯାଇଛି ।