ପୁଅ ସୁଶାନ୍ତଙ୍କୁ ଝୁରି ସବୁଦିନ ପାଇଁ ଆଖି ବୁଝିଲେ ମା’ ସୁନ୍ଦରୀ !
କୁହାଯାଏ ପୁଅ ପାଇଁ ମା’ ସବୁବେଳେ ପାଗଳି । ପୁଅର ଭଲମନ୍ଦ ନ ବୁଝିଲେ ମା’ ଆଖିରେ ନିଦ ଆସେନି । ଆଉ ଏଠିତ ମାଆର ଆଖି ଆଗରେ ପୁଅ ସହିଦ ହୋଇଯାଇଛି , କେମିତି ବା ସହିପାରିଥାନ୍ତା ମା’ । ପୁଅ ଯିବାର କେଇଟା ଦିନ ବି ଯାଇନି ଶେଷରେ ଆଖି ବୁଝିଲା ମା’ । ଏପରି ଅଭାବନୀୟ ଘଟଣା ଶୁଣିବା ପରେ ସଭିଏଁ ସ୍ତବ୍ଧ ପ୍ରାୟ । ଗତ ୭ଦିନ ତଳେ ନକ୍ସଲଙ୍କ ସହ ସଂଗ୍ରାମ କରି ସହିଦ ହୋଇଥିଲେ ଓଡ଼ିଶା ମାଟିର ଗର୍ବ ତଥା କେନ୍ଦୁଝର ଆନନ୍ଦପୁର ମାଟିର ବୀର ପୁତ୍ର ସୁଶାନ୍ତ ଖୁଣ୍ଟିଆ । ପୁଅ ଯିବାର ୭ଦିନ ନପୁରୁଣୂ ପୁଅକୁ ଝୁରିଝୁରି ଆଖି ବୁଝିଛନ୍ତି ମା’ ସୁନ୍ଦରୀ ।
ପୁଅଙ୍କ ଯିବା କଥା ଶୁଣି ଅସୁସ୍ଥ ହୋଇପଡିଥିଲେ ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମା’ ସୁନ୍ଦରୀ । କେମିତି ବା ଅଧର୍ଯ୍ୟ ହୋଇ ନଥାନ୍ତେ ,ପ୍ରଥମେ ସ୍ବାମୀ ଓ ପରେ ଦୁଇ ପୁଅଙ୍କୁ ହରାଇ ଭାଙ୍ଗି ପଡିଥିଲେ ସୁନ୍ଦରୀ । ଏନେଇ ସବୁ ବେଳେ ଚିନ୍ତାରେ ରହୁଥିଲେ । ଧିରେ ଧିରେ ଅଧିକ ଅସୁସ୍ଥ ଯୋଗୁ ଏସସିବିରେ ଭର୍ତ୍ତି ହୋଇଥିଲେ । ଆଉ ଯେତେବେଳେ ପୁଣି ପୁଅର ମୃତ୍ୟୁ ଖବର ଶୁଣିଲେ ସହି ପାରିଲେନି ସୁନ୍ଦରୀ ଚିକିତ୍ସାଧିନ ଅବସ୍ଥାରେ ହାର୍ଟ ଆଟାକରେ ମୃତ୍ୟୁ ଘଟିଛି । ଏପରି ଘଟଣା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପରିବାର ଉପରେ ସତେ ଯେମିତି ଅଦିନିଆ ଝଡ ବହିଯାଇଛି ।