କଲବଲ କରୁଛି ପ୍ରଚଣ୍ଡ ଖରା

୯ ଜିଲ୍ଲାକୁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ

କଲବଲ କରୁଛି ପ୍ରଚଣ୍ଡ ଖରାର କୋପ। ତତଲା କଡ଼େଇରେ ସିଝି ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ। ସକାଳ ୮ଟାରୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଆଜିଠୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି। ସୂର୍ଯ୍ୟଙ୍କ କୋପରେ ଜଳିବ ଉପକୂଳରୁ ଉପାନ୍ତ।ଶୁକ୍ରବାର ଓ ଶନିବାର ଦୁଇ ଦିନ ହିଟୱେଭ୍ ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର।ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଓ କାଲି ସ୍ୱଭାବିକ ତାପମାତ୍ରାଠାରୁ ଆହୁରି ୩ରୁ ୬ ଡିଗ୍ରୀ ଯାଏ ତାତି ବଢ଼ିପାରେ। ସେଥିପାଇଁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ପାଇଁ ୯ ଜିଲ୍ଲାକୁ ଏହି ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଜିଲ୍ଲାକୁ ଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି।

ଆଜି ବଲାଙ୍ଗୀର ଓ ଝାରସୁଗୁଡ଼ାରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି । ସେହିପରି ଟିଟିଲାଗଡ଼, ନୂଆପଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ ସମେତ ବାରିପଦା, ଯାଜପୁର, ଭଦ୍ରକରେ ୪୪ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ସେହିପରି ୨୭ ତାରିଖ ଅର୍ଥାତ ଶନିବାର ପାଇଁ ୧୫ ଜିଲ୍ଲାରେ ହୋଇପାରେ ଭୀଷଣ ଗ୍ରୀଷ୍ମ ପ୍ରବାହ । ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡାକୁ ରେଡ୍ ୱାର୍ଣ୍ଣିଂ ଜାରି କରି ସତର୍କ କରିଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ୨୮ ଓ ୨୯ ତାରିଖରେ ମଧ୍ୟ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ସାରା ଓଡିଶାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।