ଦିଲ୍ଲୀର ଅଧିକାଂଶ ସ୍ଥାନରେ ୫ ଶହ ଉପରେ ରହିଛି ଏକ୍ୟୁଆଇ

ଦୀପାବଳିରେ ଦିଲ୍ଲୀ ଏନସିଆରରେ ଭୟଙ୍କର ବାୟୁ ପ୍ରଦୂଷଣ

ଦୀପାବଳିରେ ଦିଲ୍ଲୀ ଏନସିଆରରେ ଭୟଙ୍କର ବାୟୁ ପ୍ରଦୂଷଣ । ବିଷ ପାଲଟିଲା ଦିଲ୍ଲୀ ବାୟୁ । ଗ୍ୟାସ୍‌ ଚ୍ୟାମ୍ବର ପାଲଟିଲା ଦିଲ୍ଲୀ ଏନସିଆର । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୂଚନା ଅନୁସାରେ , ଦିଲ୍ଲୀ ବାୟୁର ଗୁଣବତ୍ତା ଅତି ଖରାପ ସ୍ତରରେ ପହଞ୍ଚିଛି । ସହରର ୩୪ଟି ସ୍ଥାନରେ ପ୍ରଦୂଷଣ ସ୍ତର ରେଡ୍‌ ଲେବୁଲରେ ପହଞ୍ଚିଛି । ଅଧିକାଂଶ ସ୍ଥାନରେ ୫ ଶହ ଉପରେ ରହିଛି ଏକ୍ୟୁଆଇ । ଗାଜିଆବାଦ ଓ ନରେଲା ଅଞ୍ଚଳରେ ଘରୁ ବାହାରିଲେ ଆଖି ପୋଡ଼ୁଥିବା ଲୋକ ଅଭିଯୋଗ କରିଛନ୍ତି । ବାୟୁ ପ୍ରଦୂଷଣ ଯୋଗୁ ଅନେକ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି ଲୋକ । ରାତି ୮ଟାରୁ ୧୦ଟା ଭିତରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ହେଲେ କଟକଣା ମାନିଲେନି ଲୋକ । ଅତ୍ୟଧିକ ବାଣ ଫୁଟାଇବା କାରଣରୁ ବାୟୁ ପ୍ରଦୂଷଣ ଅତି ଭୟଙ୍କର ସ୍ଥିତିରେ ପହଞ୍ଚିଛି ।