ଶ୍ରୀମନ୍ଦିର ପ୍ରଶାସନର ୨୦୨୬ କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ

ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି

ପୁରୀ ଶ୍ରୀମନ୍ଦିର ପ୍ରଶାସନର ୨୦୨୬ କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ । କ୍ୟାଲେଣ୍ଡରରେ ମହାପ୍ରଭୁଙ୍କର ଯେଉଁ ଚିତ୍ର ସ୍ଥାନିତ କରାଯାଇଛି ସେଥିରେ ଗୁରୁତର ତ୍ରୁଟି ଥିବା ପରିଲକ୍ଷିତ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ବଳଭଦ୍ର ଏବଂ ବଳଭଦ୍ରଙ୍କ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଥିବା ଏକ ଫଟୋକୁ ଶ୍ରୀମନ୍ଦିର ପ୍ରଶାସନ କ୍ୟାଲେଣ୍ଡର ୨୦୨୬ ରେ ସ୍ଥାନ ଦିଆଯାଇଛି ।ସେହିପରି ରଥଯାତ୍ରାର ଫଟୋ ମଧ୍ୟ କ୍ୟାଲେଣ୍ଡର ରେ ରହିଥିବା ବେଳେ ସେଥିରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଛି । ପ୍ରଥମେ ସୁଭଦ୍ରାଙ୍କ ରଥ, ପରେ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣା ଯାଉଥିବାର ସମ୍ପର୍କିତ ଚିତ୍ରର ଫଟୋ ମଧ୍ୟ କ୍ୟାଲେଣ୍ଡର ରେ ସ୍ଥାନ ପାଇଛି । ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ୨୦୨୬ କ୍ୟାଲେଣ୍ଡରରେ ଏଭଳି ତ୍ରୁଟି କୁ ଜଗନ୍ନାଥ ପ୍ରେମୀ ଓ ଶ୍ରୀମନ୍ଦିର ସେବାୟତ ସମାଲୋଚନା କରିଛନ୍ତି । ତୁରନ୍ତ ଏହି ତ୍ରୁଟିପୂର୍ଣ୍ଣ କ୍ୟାଲେଣ୍ଡରକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟାହାର କରିନେବାକୁ ଦାବି ଜୋର ଧରିଛି । ସେପଟେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *