ସମୟ ଆଗରୁ ମୁକ୍ତିର ଆନନ୍ଦ

କୋହଳ ହେବ କଏଦୀଙ୍କ ସଜା

କୋହଳ ହେବ କଏଦୀଙ୍କ ସଜା । ଧାର୍ଯ୍ୟ ସମୟ ଆଗରୁ ମିଳିବ ମୁକ୍ତିର ଆନନ୍ଦ । ଜେଲ୍ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ୮୭ ଜେଲରେ ଥିବା ୪୦୦ରୁ ଅଧିକ କଏଦୀଙ୍କ ସଜା କମ୍ କରିବାକୁ ନିଷ୍ପତ୍ତି ହୋଇଛି । ଜେଲରେ ଉତ୍ତମ ଆଚରଣ ପ୍ରଦର୍ଶନ କରିଆସୁଥିବା କଏଦୀମାନଙ୍କ ସଜା କୋହଳ କରାଯିବ । ମୁକ୍ତି ପାଇବାକୁ ଯାଉଥିବା କଏଦୀମାନଙ୍କ ଭିତରେ କିଛି କଏଦୀ ଆଜୀବନ ସଜା ଭୋଗୁଥିବା ବେଳେ ଆଉ କିଛି ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ଜେଲ୍ ମାନୁଆଲ୍ ରୁଲ୍ ଅନୁଯାୟୀ କଏଦୀମାନଙ୍କ ସଜା କୋହଳ କରିବାର କ୍ଷମତା ଜେଲ୍ ଡିଜିଙ୍କର ରହିଛି । କଏଦୀଙ୍କ ଉତ୍ତମ ବ୍ୟବହାର ପ୍ରଦର୍ଶନ କ୍ଷେତ୍ରରେ ଡିଜି ତାଙ୍କ କ୍ଷମତା ପ୍ରୟୋଗ କରି ୬୦ ଦିନର ସଜା କମାଇ ପାରିବେ । ସେହିପରି ଜେଲ୍ ଅଧୀକ୍ଷକ ୭ ଦିନର କାରାଦଣ୍ଡ କୋହଳ କରିପାରିବେ । ୨୦୨୫ ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ କିଛି କଏଦୀଙ୍କୁ ଏହି ସୁବିଧା ମିଳିବ । ଏହାଦ୍ୱାରା କଏଦୀଙ୍କ ମନୋଭାବରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି । ଫଳରେ ସେମାନେ ପୁଣି ଥରେ ସାମାଜିକ ସ୍ରୋତକୁ ଫେରିବା ଆଶା ରହିଛି ।

Leave a Reply

Your email address will not be published. Required fields are marked *