୫ମାସରେ ବୁଡିଗଲା ୯୧ ଲକ୍ଷ କୋଟି ଟଙ୍କା
ଭାରତୀୟ ଶେୟାର ବଜାରରେ ହାହାକାର। ଯାହାକୁ ନେଇ ସାରା ବିଶ୍ୱରେ ଚହଳ ପଡିଛି। ୨୮ ବର୍ଷ ମଧ୍ୟରେ ଶେୟାର ବଜାରରେ ସବୁଠାରୁ ବଡ଼ ହ୍ରାସ ଦେଖିବାକୁ ମିଳୁଛି। ତେବେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଅର୍ଥାତ BSE ର ଏକ ରିପୋର୍ଟ ଦେଖନ୍ତୁ ଯାହା ଆପଣଙ୍କୁ ତାଜୁବ କରିବ।Stock Market Crash ଗତ 5 ମାସରେ, BSEର ବଜାର ପୁଞ୍ଜି ପ୍ରାୟ 91.13 ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ଏହାର ଅର୍ଥ ହେଉଛି ଗତ 5 ମାସରେ ବଜାରରୁ 91 ଲକ୍ଷ କୋଟି ଟଙ୍କା ହରାଇଛି। ଯଦିଓ ଷ୍ଟକ ବଜାରରେ ଏହି ବିଶୃଙ୍ଖଳା ଅକ୍ଟୋବର ମାସରୁ ଚାଲିଛି, ଫେବୃଆରୀ ମାସ ଷ୍ଟକ ବଜାର ପାଇଁ ମୃତ୍ୟୁଘଣ୍ଟି ପ୍ରମାଣିତ ହୋଇଛି। କେବଳ ଫେବୃଆରୀ ମାସରେ ପ୍ରାୟ ୪୧ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। ଜାନୁଆରୀ 31 ତାରିଖରେ BSEର ବଜାର ପୁଞ୍ଜି 4,24,02,091.54 ଲକ୍ଷ କୋଟି ଟଙ୍କା ଥିଲା। ଫେବୃଆରୀ ମାସର ୨୮ ଦିନ ମଧ୍ୟରେ ଅପରାହ୍ନ ପ୍ରାୟ ୧.୧୫ ପର୍ଯ୍ୟନ୍ତ ୪୦,୮୦,୬୮୨.୦୨ କୋଟି ଟଙ୍କାର କ୍ଷତି ହୋଇଛି।
Stock Market Crash
ଅକ୍ଟୋବରରୁ ଜାନୁଆରୀ ପର୍ଯ୍ୟନ୍ତ ବଜାର କିପରି ପ୍ରଦର୍ଶନ କରିଥିଲା। ଯଦି ଆମେ ସଂଖ୍ୟା ଉପରେ ନଜର ପକାଇବା, ତେବେ ଜାନୁଆରୀ ମାସରେ ୧୭,୯୩,୦୧୪.୯ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଥିଲା। ଯେତେବେଳେ ଡିସେମ୍ବରରେ ନିବେଶକମାନେ ୪,୭୩,୫୪୩.୯୨ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ନଭେମ୍ବର ବିଷୟରେ କହିବାକୁ ଗଲେ, ଏହି ମାସ ହିଁ ଏକମାତ୍ର ମାସ ଥିଲା ଯେଉଁଠାରେ ନିବେଶକମାନେ ପ୍ରାୟ 1,97,220.44 ଲକ୍ଷ କୋଟି ଟଙ୍କାର ଲାଭ କରିଥିଲେ। ଫେବୃଆରୀ ପରେ ସବୁଠାରୁ ଖରାପ ମାସ ଥିଲା ଅକ୍ଟୋବର। ଅକ୍ଟୋବରରେ, BSEର ବଜାର ପୁଞ୍ଜି 29,63,707.23 ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ୧୯୯୬ ପରେ ଏହା ପ୍ରଥମ ଥର ଯେବେ ବଜାରରେ ଲଗାତାର ୫ ମାସ ଧରି ହ୍ରାସ ପରିଲକ୍ଷିତ ହେଉଛି। ପୂର୍ବରୁ ୧୯୯୬ ମସିହାରେ ବଜାରର ଏପରି ଅବସ୍ଥା ଦେଖାଯାଇଥିଲା
ନିଫ୍ଟି-୫୦ ଏବଂ ସେନସେକ୍ସ ଗତ ବର୍ଷ ସେପ୍ଟେମ୍ବର ମାସରେ ଥିବା ନିଜ ନିଜର ସର୍ବୋଚ୍ଚ ସ୍ତରରୁ ଏପର୍ଯ୍ୟନ୍ତ ୧୬ ପ୍ରତିଶତ ହ୍ରାସ ପାଇସାରିଲେଣି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ଆଜି ୧.୯୦ ପ୍ରତିଶତ ବା ୧୪୧୪ ପଏଣ୍ଟ ହ୍ରାସ ପାଇ ୭୩,୧୯୮ରେ ବନ୍ଦ ହୋଇଛି। ବଜାର ବନ୍ଦ ସମୟରେ ସେନସେକ୍ସରେ ଥିବା ୩୦ଟି ଷ୍ଟକ ମଧ୍ୟରୁ ୨୯ଟି ଲାଲ ରଙ୍ଗରେ ଥିଲା, ଅର୍ଥାତ ହ୍ରାସ ପାଇଥିଲା। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧.୮୭ ପ୍ରତିଶତ ବା ୪୨୨ ପଏଣ୍ଟ ହ୍ରାସ ପାଇ ୨୨,୧୨୨ରେ ବନ୍ଦ ହୋଇଛି। ବଜାର ବନ୍ଦ ବେଳକୁ ନିଫ୍ଟିର ୫୦ଟି ଷ୍ଟକ ମଧ୍ୟରୁ ୫ଟି ସବୁଜ ରଙ୍ଗରେ (ବୃଦ୍ଧି) କାରବାର କରୁଥିବା ବେଳେ ୪୫ଟି ଷ୍ଟକ ଲାଲ ରଙ୍ଗରେ(ହ୍ରାସ) କାରବାର କରୁଥିଲା।ନିଫ୍ଟିରେ ସର୍ବାଧିକ ହ୍ରାସ ଟେକ ମହିନ୍ଦ୍ରାରେ ଦେଖାଯାଇଛି ଯାହାକି ୬.୩୦ ପ୍ରତିଶତ ହ୍ରାସ ପାଇଛି । ସେହିପରି ଇଣ୍ଡସଇଣ୍ଡ ବ୍ୟାଙ୍କରେ ୬.୨୫ ପ୍ରତିଶତ, ୱିପ୍ରୋରେ ୫.୮୭ ପ୍ରତିଶତ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାରେ ୫.୩୩ ପ୍ରତିଶତ ଏବଂ ଭାରତୀ ଏୟାରଟେଲରେ ୪.୮୭ ପ୍ରତିଶତ ହ୍ରାସ ଘଟିଛି। ଅପରପକ୍ଷରେ ଏଚଡିଏଫସି ବ୍ୟାଙ୍କରେ ସର୍ବାଧିକ ୧.୭୮ ପ୍ରତିଶତ, ଶ୍ରୀରାମ ଫାଇନାନ୍ସରେ ୧.୭୬ ପ୍ରତିଶତ, କୋଲ ଇଣ୍ଡିଆରେ ୧.୩୭ ପ୍ରତିଶତ, ଟ୍ରେଣ୍ଟରେ ୦.୯୮ ପ୍ରତିଶତ ଏବଂ ହିଣ୍ଡାଲକୋରେ ୦.୪୪ ପ୍ରତିଶତ ବୃଦ୍ଧି ଘଟିଛି।
