ମହାପ୍ରଭୁଙ୍କ ସେନାପଟା ଲାଗି ନୀତି

ଅପରାହ୍ନ ୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ଆଜି ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ଅପରାହ୍ନ ୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସୋମବାର ରାତ୍ର ଆଳତି ପହୁଡ଼ ଠାରୁ ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସେନାପଟା ଲାଗି ଏକ ପରମ୍ପରା। ଦଇତାପତି ସେବକମାନେ ଦେବତାଙ୍କ ଯତ୍ନ ନେବା ପାଇଁ ପ୍ରଭୁଙ୍କ ପବିତ୍ର ଶରୀରରେ ସେନାପଟା (ସୁରକ୍ଷା ପଟି) ଏବଂ ବାହୁଟି  ଲାଗି କରିଥାନ୍ତି। ସେନାପଟା ଲାଗି ପୂଜା ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ମହତ୍ତ୍ୱରେ ପରିପୂର୍ଣ୍ଣ। ଏହି ସମୟ ମଧ୍ୟରେ ପ୍ରଭୁ ଜଗନ୍ନାଥଙ୍କ ନିକଟତମ ସେବକ ଭାବରେ ବିବେଚିତ ଦଇତାପତିମାନେ ଏହି ଅନ୍ତରଙ୍ଗ ସେବା କରିବା ପାଇଁ ମନ୍ଦିର ଗର୍ଭଗୃହରେ ପ୍ରବେଶ କରିଥାନ୍ତି।