ସ୍ବତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ
ଶ୍ରୀମନ୍ଦିରରେ ଦର୍ଶନ ଶୃଙ୍ଖଳା ଓ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ରାଜ୍ୟ ସରକାର । ଶ୍ରୀମନ୍ଦିରର ସ୍ବତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ୫ ପର୍ଯ୍ୟାୟରେ ଚୟନ ଶିବିରରେ ଯୋଗ ଦେବେ ୧୭୨ ଅଫିସର୍, ୧୪୯୯ ସିପାହୀ, ହାବିଲଦାର। ଗୃହ ବିଭାଗର ବିଜ୍ଞପ୍ତି ପରେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ସଶସ୍ତ୍ର ପୋଲିସ ବାଟାଲିୟନର ଅଭିଜ୍ଞ ପୋଲିସଙ୍କୁ ୩ ବର୍ଷ ପାଇଁ ଡେପୁଟେସନରେ ଅଣାଯିବ । ୯ ତାରିଖ ଯାଏଁ ଚାଲିବ ଏହି ଚୟନ ପ୍ରକ୍ରିୟା । ବ୍ୟାରିକେଡିଂ ଠାରୁ ଆରମ୍ଭ କରି ନୀତି ଅନୁଯାୟୀ ଦର୍ଶନ ଶୃଙ୍ଖଳା ରେ ନିୟୋଜିତ ହେବେ ଏହି ସ୍ବତନ୍ତ୍ର ବାହିନୀ । ଦିନକୁ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ବଢୁଥିବାରୁ ଦର୍ଶନ ବ୍ୟବସ୍ଥାର ସୁପରିଚାଳନା ସରକାର ଓ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି । ଏଣୁ ଦର୍ଶନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣି ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ଯୋଗାଇଦେବାକୁ ସରକାର ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ନିୟୋଜିତ କରିବେ ।