ଆଜି ମହାକୁମ୍ଭ ମେଳାରେ ଦ୍ୱିତୀୟ ଅମୃତ ସ୍ନାନ

ଆଜି ମହାକୁମ୍ଭ ମେଳାରେ ଦ୍ୱିତୀୟ ଅମୃତ ସ୍ନାନ

ଆଜି ପ୍ରୟାଗରାଜ ମହାକୁମ୍ଭ ମେଳାରେ ଦ୍ୱିତୀୟ ଅମୃତ ସ୍ନାନ। ମୌନି ଅମାବାସ୍ୟା ଅବସରରେ ପ୍ରୟାଗରାଜ ମହାକୁମ୍ଭ ମେଳାରେ ଦ୍ୱିତୀୟ ଅମୃତ ସ୍ନାନ ଅନୁଷ୍ଠିତ ହେବ । ମୌନି ଅମାବାସ୍ୟା ଦିନ ଅମୃତ ସ୍ନାନକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଗତ ୧୪ ତାରିଖ ମକର ସଂକ୍ରାନ୍ତୀରେ ପ୍ରଥମ ଅମୃତ ସ୍ନାନ ଅନୁଷ୍ଠିତ ହୋଇଥିଲା । ମୌନୀ ଅମାବାସ୍ୟା ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କର ପ୍ରୟାଗରାଜ ଠାରେ ସମାଗମ ହୋଇଛି । ଶ୍ରଦ୍ଧାଳୁଙ୍କର ସୁରକ୍ଷା ଏବଂ ସୁବିଧାକୁ ଦୃଷ୍ଟିରେ ରଖି ମେଳା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉତ୍ତର ପ୍ରଦେଶ ସରକାର ସାତସ୍ତରୀୟ କଡ଼ା ସୁରକ୍ଷା ଯୋଜନାକୁ ପ୍ରବର୍ତ୍ତନ କରିଛନ୍ତି । ମହାକୁମ୍ଭ ମେଳା ଅଞ୍ଚଳକୁ ଯାନବାହନ ଚଳାଚଳ କଟକଣା କରାଯିବା ସହ ଜରୁରୀକାଳୀନ ପରିସ୍ଥିତିରେ ଶ୍ରଦ୍ଧାଳୁଙ୍କୁ ସହଯୋଗ ପ୍ରଦାନ କରିବା ଲାଗି ପୋଲିସ, ଡାକ୍ତର, ଅଗ୍ନିଶମ ବାହିନୀକୁ ନେଇ ବିଭିନ୍ନ ଦଳ ଗଠନ କରାଯାଇଛି । ସେମାନେ ଅହୋରାତ୍ର ସେଠାରେ ଶ୍ରଦ୍ଧାଳୁଙ୍କୁ ସହଯୋଗ ପ୍ରଦାନ କରୁଛନ୍ତି । ସ୍ୱାସ୍ଥ୍ୟ ସମ୍ପର୍କିତ ଆହ୍ୱାନର ମୁକାବିଲା ପାଇଁ ପ୍ରୟାଗରାଜ ପରେଡ୍‍ ଗ୍ରାଉଣ୍ଡ ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା ସ୍ଥାପନ କରାଯାଇଛି ।