ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର

ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କୀ ଗୁଳି ବିନିମୟ, ଟଳିଲେ ୨ ଆତଙ୍କୀ

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିଲେ ଟଳିଲେ ୨ ଆତଙ୍କୀ । ଜମ୍ମୁ-କଶ୍ମୀର ଉଦ୍ଧମପୁରର ବସନ୍ତଗଡ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ଜମ୍ମୁ-କଶ୍ମୀର ପୋଲିସ, ସିଆରପିଏଫ ଏବଂ ସେନା ପକ୍ଷରୁ ଜଏଣ୍ଟ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।ଜଙ୍ଗଲରେ ଲୁଚି ରହିଥିବା ଆତଙ୍କୀ ପ୍ରଥମେ ସେନା ଉପରକୁ ଗୁଳି ଚାଳନା କରିଥିଲେ । ସେନାର ପ୍ରତି ଆକ୍ରମଣରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି । ଏହି ଦୁଇ ଆତଙ୍କୀ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ନିକଟରୁ ଏକେ-୪୭ ଓ ଏମ୪ ଜବତ ହୋଇଛି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।ଅପରେସନ କିୟା ଜରିଆରେ ୨ ଆତଙ୍କୀଙ୍କୁ ନିହତ କରାଯାଇଛି । ଏହାପୂର୍ବରୁ ୩୧ ଜାନୁଆରୀରେ ଭାରତୀୟ ସେନାର ହ୍ବାଇଟ ନାଇଟ କୌର, ଜମ୍ମୁ ଓ କଶ୍ମୀର ପୋଲିସ ଏବଂ ସିଆରପିଏଫ ପକ୍ଷରୁ ଆତଙ୍କବାଦୀ ବିରୋଧୀ ଅଭିଯାନ ତ୍ରାଶୀ ଜରିଆରେ ଡୋଲଗାମରେ ଅଭିଯାନ ଆରମ୍ଭ କରାଯାଇଥିଲା ।

Leave a Reply

Your email address will not be published. Required fields are marked *