ବିଧାନସଭାରେ ମୁତୟନ ହେବ ୩୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ସହ SOG କମାଣ୍ଡ

ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

କାଲିଠୁ ବିଧାନସଭା ବଜେଟ୍ ଅଧିବେଶନ ୨୦୨୬ l ୨୯ ଦିନ ଧରି ଚାଲିବ ଏହି ବଜେଟ୍ ସେସନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୦ ତାରିଖରେ ଗୃହରେ ବଜେଟ୍ ଉପସ୍ଥାପନ କରିବେ । ସେପଟେ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସଂଗ ଧରି ପ୍ରସ୍ତୁତ ହୋଇରହିଛନ୍ତି । ଏଥର ବଜେଟ୍ ଅଧିବେଶନରେ ବହିବ ଧାନ ମଣ୍ଡି ଝଡ଼ । ଗୃହରେ ଉଛୁଳିବ ମହାନଦୀ ଜଳ । ମୋଟରଯାନ ପ୍ରଦୂଷଣ ପ୍ରମାଣପତ୍ର (ପିୟୁସିସି) କଟକଣାରୁ ନେଇ ଆଇନଶୃଙ୍ଖଳା ଓ ଏସଆଇଆର୍ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଂଗରେ ସରକାରଙ୍କୁ ହରଡ଼ ଘଣାରେ ପକାଇବାକୁ ପ୍ରୟାସ କରିବେ ବିରେଧୀ ବିଜେଡି ଓ କଂଗ୍ରେସ । ଗୋଟି ଗୋଟି କରି ଜବାବ ମାଗି ଘେରିବେ । ସେପଟେ ବିରୋଧୀଙ୍କୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତ କରୁଛି ଶାସକ ବିଜେପି ।

ଏହାଛଡ଼ା ବଜେଟ୍ ଅଧିବେଶନକୁ ସୁରୁଖୁରୁ ଚଳାଇବା ପାଇଁ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ମିଟିଂରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ । ସେହିପରି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ସାମିଲ ହୋଇଥିଲେ । ଗୃହ କିପରି ଶାନ୍ତି ଶୃଙ୍ଖଳାରେ ଚାଲିବ ଏହା ଉପରେ ଆଲୋଚନା କରିଛନ୍ତି ବିଧାନସଭା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Leave a Reply

Your email address will not be published. Required fields are marked *