ଜିଲାକୁ ଜିଲା ବୁଲିବେ ସଚିବ
ଏଣିକି ସବୁ ଜିଲା ବୁଲିବେ ସଚିବ। ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଏବଂ ସରକାରଙ୍କ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିବା ପାଇଁ ନିୟମିତ ବ୍ୟବଧାନରେ ବିଭିନ୍ନ ଜିଲା ପରିଦର୍ଶନ କରିବେ ସମସ୍ତ ବିଭାଗର ସଚିବ। ଏ ନେଇ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ଗସ୍ତ ସମୟରେ ଜିଲାର ଯେକୌଣସି ସ୍ଥାନକୁ ପରିଦର୍ଶନ କରିବା ସହ ପଞ୍ଚାୟତକୁ ଯାଇ ବିଭିନ୍ନ ସରକାରୀ ଯୋଜନାର ତଦାରଖ ବି କରିବେ। ଥିସହ ଅଙ୍ଗନବାଡି କର୍ମୀ ଓ ମେଡିକାଲରେ ରୋଗୀଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିବେ । ଆକାଂକ୍ଷୀ ଜିଲ୍ଲା ମଧ୍ୟ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ଅଧିକାରୀମାନେ । ତେବେ ପ୍ରତି ମାସରେ ନିର୍ଦ୍ଧାରିତ ଜିଲ୍ଲାକୁ ନିୟମିତ ଭାବେ ଗସ୍ତ କରିବେ । ଖୁବ୍ଶୀଘ୍ର ପୋର୍ଟାଲ କରାଯାଇ ପରିଦର୍ଶନ ରିପୋର୍ଟ ଅପଲୋଡ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛି ଯୋଜନା ଓ ସଂଯୋଜନ ବିଭାଗ । ତେବେ କେଉଁ ଅଧିକାରୀ କେଉଁ ଜିଲ୍ଲାକୁ ଯିବେ ସେନେଇ ତାଲିକା ଜାରି କରିଛି ବିଭାଗ ।