ଆଜିଠୁ ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବ ଅଧିବେଶନ

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଆଜିଠୁ ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ । ପାସ୍ ହୋଇପାରେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ । ମାର୍ଚ୍ଚ ୧୦ ରୁ ୨୮ ପର୍ଯ୍ୟନ୍ତ ବଜେଟ୍ ଉପରେ ଆଲୋଚନା । ପ୍ରଥମ ପର୍ୟ୍ୟାୟରେ ୨୦୨୫-୨୬ ବଜେଟ୍ ଆସିଥିବାବେଳେ ଏହି ଦ୍ୱିତୀୟ ପର୍ୟ୍ୟାୟରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି । ଏହାସହ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ଉପରେ ବି ଗୃହରେ ଆଲୋଚନା ସହ ବ୍ୟୟମଞ୍ଜୁରୀ ବିଧେୟକ ପାରିତ ହେବ । ଏସବୁ ବାଦ୍ ବିଭିନ୍ନ ରାଜନୈତିକ ପ୍ରସଙ୍ଗ ନେଇ ସରଗରମ ରହିପାରେ ୨ୟ ପର୍ୟ୍ୟାୟ ବିଧାନସଭା । ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ନହେବାକୁ ନେଇ ଏବେ ରାଜ୍ୟ ରାଜନୀତି ପୁରା ସରଗରମ । ତେଣୁ ବିରୋଧୀ ଦଳ ବିଜେଡି ବିଜୁ ବାବୁଙ୍କୁ ମୁଖ୍ୟ ପ୍ରସଙ୍ଗ କରିବା ସହ ଧାନ ମଣ୍ଡିରେ ଅବ୍ୟବସ୍ଥା, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ଘେରିପାରେ । କଂଗ୍ରେସ ମଧ୍ୟ ଚାଷୀ, ମହିଳା ହିଂସା ଓ ପୋଲାଭରମ ପ୍ରକଳ୍ପକୁ ପ୍ରସଙ୍ଗ କରିବ । ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ପୁରା ପ୍ରସ୍ତୁତି କରିଛି ଶାସକ ଦଳ ବିଜେପି । ମାର୍ଚ୍ଚ ୧୦ରୁ ୨୮ ପର୍ୟ୍ୟନ୍ତ ବଜେଟ୍ ଉପରେ ଆଲୋଚନା ହେବ । ଅଧିବେଶନର ପ୍ରଥମ ପର୍ୟ୍ୟାୟ ଫେବ୍ରୁଆରୀ ୧୩ରେ ଆରମ୍ଭ ହୋଇଥିଲା। ଫେବ୍ରୁଆରୀ ୧୭ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ବଜେଟ୍ ଉପସ୍ଥାପନ କରିଥିଲେ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ। ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ୟ୍ୟାୟ ୨୧ ଫେବ୍ରୁଆରୀ ଯାଏଁ ଚାଲିଥିଲା ।