ଦ୍ୱିତୀୟ ପର୍ଯ୍ୟାୟରେ କିଏ ମାରିବ ବାଜି

କିଏ ମାରିବ ବାଜି, କାହା ଖାତାକୁ ଯିବ ଅଧିକ ଭୋଟ

ଦ୍ୱିତୀୟ ପର୍ଯ୍ୟାୟରେ କିଏ ମାରିବ ବାଜି । କାହା ଖାତାକୁ ଯିବ ଅଧିକ ଭୋଟ । କିଏ ହାତେଇବ ଅଧିକ ଆସନ । ଦ୍ୱିତୀୟ ପର୍ଯ୍ୟାୟରେ ୩୫ ବିଧାନସଭା ଆସନରେ ଭୋଟ । ୩୫ ଆସନରୁ ୨୧ ଆସନରେ କାଣ୍ଟେ କା ଟକ୍କର । ୧୭ ଆସନରେ ନିର୍ଣ୍ଣାୟକ ହେବ କଂଗ୍ରେସ ଭୋଟ । ୨୦୧୯ରେ ଏହି ୩୫ ଆସନରୁ ୨୬ ଆସନ ଜିତିଥିଲା ବିଜେଡି, କଂଗ୍ରେସ ୪ଟି ଜିତିଥିବା ବେଳେ ବିଜେପି ୪ ଏବଂ ସିପିଆଇଏମ ଗୋଟିଏ ଆସନ ଜିତିଥିଲା । କଣ୍ଟାବାଞ୍ଜିରେ ହେବ ଭାଗ୍ୟ ପରୀକ୍ଷା । ଗତଥର ତିନି ନମ୍ବରରେ ଥିଲା ବିଜେଡି । କଂଗ୍ରେସଠାରୁ ୧୦ହଜାର ଭୋଟ ପଛରେ ଥିଲା ବିଜେଡି । ୧୨୮ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ । ଏଥର କିନ୍ତୁ କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ନିଜେ ପ୍ରାର୍ଥୀ ହୋଇଛନ୍ତି । କଣ୍ଟାବାଞ୍ଜିରେ ଭାଗ୍ୟ ଚମକିବା ନେଇ ଆଶାବାଦୀ ଅଛି ବିଜୁ ଜନତା ଦଳ ।
ସୁନ୍ଦରଗଡ଼ର ରାଜଗାଙ୍ଗପୁର ଆସନ ମଧ୍ୟ ମାତ୍ର ୯୪୬ଖଣ୍ଡ ଭୋଟରେ ହାତଛଡ଼ା କରିଥିଲା ବିଜେଡି । ବିଜେଡିଠାରୁ ମାତ୍ର ୭୬ ଖଣ୍ଡ ଭୋଟ ପଛରେ ଥିଲା ବିଜେପି । ୨୪ରେ କିନ୍ତୁ କାହା ଖାତାକୁ ଯାଉଛି ଏହି ଆସନ ତାହା ଉପରେ ସମସ୍ତଙ୍କ ନଜର । ୧୩ଆସନରେ କଂଗ୍ରେସ ତୃତୀୟ ସ୍ଥାନରେ ଥିଲେ ବି ପାଖାପାଖି ୧୮ ହଜାରରୁ ୫୦ ହଜାର ଭୋଟ ଭିଡିଥିଲା । ଏଥର ହାତ ଭୋଟ ବଢିବ କି ଛିଣ୍ଡିବ । ଯଦି ଛିଣ୍ଡିଲା ତାହେଲେ କିଏ ,ହାତେଇବ ଏହି ଭୋଟ ।
ଗତଥର ବରଗଡ଼, କନ୍ଧମାଳ, ଆସିକା ଲୋକସଭାର ୨୧ ଆସନରୁ ୨୦ ବିଧାନସଭା ଆସନ ପୋଛି ନେଇଥିଲା ବିଜେଡି । କିନ୍ତୁ ସୁନ୍ଦରଗଡ଼, ବଲାଙ୍ଗିର ଅଧିନରେ ଥିବା ୧୪ ଆସନରୁ ମାତ୍ର ୬ଟି ଜିତିଥିଲା ଦଳ । ଚଳିତ ବର୍ଷ ବିଜେଡି ନିଜ ଦୁର୍ଗ ଜଗିଥିବା ବେଳେ ମୋଦି ଗ୍ୟାରେଣ୍ଟି ସଂଖ୍ୟା ବଢିବ ବୋଲି ଆଶା ବାନ୍ଧିଛି ଭାରତୀୟ ଜନତା ପାର୍ଟି । ୩୫ ଆସନରୁ ୨୧ଟିରେ ଏଥର ଲଢେଇ ତଗଡା ହେବ । ଟିକିଏ ଏପଟ ସେପଟ ହେଲେ ବାଜି ପଲଟିପାରେ । କେଉଁଠି ବିଜେପି-ବିଜେଡି ମଧ୍ୟରେ ଜୋରଦାର ଟକ୍କର ହେଉଛି ତ କେଉଁଠି ବିଜେଡି-କଂଗ୍ରେସ ମଧ୍ୟରେ, ତ ଅ୍ଧମ କେଉଁଠି ହେଉଛି ତ୍ରୀମୁଖୀ ଲଢେଇ । ଏଠୀ ମତଦାତାଙ୍କ ଉପରେ ସବୁକିଛି । ଦେଖିବାକୁ ବାକି ରହିଲା ଭୋଟର କାହା ମୁଣ୍ଡରେ ଢାଳୁଛନ୍ତି ସୁନା କଳସ ।