‘ଲୁଣି ପାଣିରୁ ବାହାରିବ ପିଇବା ପାଣି’

‘ସମୁଦ୍ରର ଲୁଣି ପାଣିରୁ ବାହାରିବ ପିଇବା ପାଣି’

ସମୁଦ୍ରର ଲୁଣି ପାଣିରୁ ବାହାରିବ ପିଇବା ପାଣି। ଏଥିପାଇଁ ଖୁବ୍‌ଶୀଘ୍ର ଏକ କମ୍ପାନି ଓଡ଼ିଶାକୁ ଆସିବ। ବିଧାନସଭାରେ ଆଜି ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ। ମନ୍ତ୍ରୀ କହିଛନ୍ତି ସମୁଦ୍ର ପାଣିକୁ ପାନୀୟ ଉପଯୋଗୀ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ପ୍ରଥମେ ଲୁଣି ପାଣିକୁ ପରୀକ୍ଷା କରାଯିବା ପରେ ଏନେଇ ନିଷ୍ପତ୍ତି ନିଆଯାଇ ପାରିବ।

ସୂଚନା ଅନୁସାରେ, ଏବେ ବହୁ ଦେଶ ଏହି ପଦ୍ଧତିରେ ସମୁଦ୍ରରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି। ୧୭୭ଟି ଦେଶରେ ଏଥିପାଇଁ ୧୬ ହଜାର ଛୋଟବଡ଼ ଡିସାଲାଇନେସନ୍ ପ୍ଲାଣ୍ଟ କାର୍ଯ୍ୟ କରୁଛି । ଅଷ୍ଟ୍ରେଲିଆରେ ୧୯୯୭ରୁ ୨୦୦୯ ମସିହା ମଧ୍ୟରେ ଯେତେବେଳେ ଉତ୍କଟ ଜଳାଭାବ ଦେଖାଦେଇଥିଲା, ସେତେବେଳେ ପ୍ରଥମ ଦେଶ ଭାବେ ଏହି ପ୍ରକ୍ରିୟାରେ ସମୁଦ୍ର ଜଳରୁ ବ୍ୟବହାର ଯୋଗ୍ୟ ପାଣି ଉତ୍ପାଦନ କରିଥିଲା ଅଷ୍ଟ୍ରେଲିଆ । ତେବେ ବର୍ତ୍ତମାନ ସ୍ଥିତିରେ ସାଉଦି ଆରବ, ୟୁଏଇ, କୁଏତ୍, କାତାର ଆଦି ମରୁ ଦେଶ ଜନତାଙ୍କ ଶୋଷ ମେଣ୍ଟାଇବା ପାଇଁ ଏହି ପଦ୍ଧତି ଉପରେ ଅଧିକ ନିର୍ଭରଶୀଳ। ଭାରତର ତାମିଲନାଡ଼ୁରେ ବି ଏଭଳି ଦୁଇଟି ପ୍ଲାଣ୍ଟ କାର୍ଯ୍ୟ କରୁଛି ।

Leave a Reply

Your email address will not be published. Required fields are marked *