ଓଡ଼ିଶାରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସି-ପ୍ଲେନ୍ ଏବଂ ହେଲି ଟ୍ୟାକ୍ସି ସେବା

ଓଡ଼ିଶାରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସି-ପ୍ଲେନ୍ ଏବଂ ହେଲି ଟ୍ୟାକ୍ସି ସେବା

ଓଡ଼ିଶାରେ ଖୁବ୍‌ଶୀଘ୍ର ସି-ପ୍ଲେନ୍ ଏବଂ ହେଲି ଟ୍ୟାକ୍ସି ପ୍ରଚଳନ କରାଯିବ ବୋଲି ବାଣିଜ୍ୟ ଏବଂ ପରିବହନ ସଚିବ ଉଷା ପାଢୀ ସୋମବାର ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେବା ପରେ ପାଢୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶା କିପରି ଆଗକୁ ବଢ଼ିପାରିବ ସେ ବିଷୟରେ ଭାରତ ସରକାରଙ୍କ ସହିତ ଆଲୋଚନା ହୋଇଛି।ଏକ ବିକଶିତ ଭାରତ ପାଇଁ ରାଜ୍ୟଗୁଡ଼ିକ ବିମାନ ଚଳାଚଳ ମାଧ୍ୟମରେ କି ପ୍ରକାରର ସହଯୋଗ ପ୍ରଦାନ କରିପାରିବେ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଛି ।

ସେ ଆହୁରି ସୂଚନା ଦେଇଛନ୍ତି ଯେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁ ବିମାନ ଚଳାଚଳ ମାଧ୍ୟମରେ ରାଜ୍ୟର ବିକାଶ ପାଇଁ ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।ବାଣିଜ୍ୟ ଏବଂ ପରିବହନ ସଚିବ ଆହୁରି କହିଛନ୍ତି ଯେ ଭାରତ ଥରେ ସି-ପ୍ଲେନ୍ ଆରମ୍ଭ କରିଥିଲା, କିନ୍ତୁ ଏହା ଗୋଟିଏ ରୁଟ୍ ପର୍ଯ୍ୟନ୍ତ ସୀମିତ ଥିଲା । 

ତଥାପି, ଦେଶରେ ସି-ପ୍ଲେନ୍ ବ୍ୟବହାର ପାଇଁ ପ୍ରଚୁର ସମ୍ଭାବନା ଥିବାରୁ ସରକାର ପୁଣି ସି-ପ୍ଲେନ୍ ଚଲାଇବା ପାଇଁ ନିର୍ଦ୍ଦେଶାବଳୀକୁ ସରଳ କରିଛନ୍ତି ।  ଓଡ଼ିଶାରେ ସି-ପ୍ଲେନ୍ ପ୍ରଚଳନ ବିଷୟରେ କହିଛନ୍ତି ଯେ ଓଡ଼ିଶାରେ ମଧ୍ୟ ସି-ପ୍ଲେନ୍ ପ୍ରଚଳନ କରାଯିବ, କାରଣ ଏଥିରେ ସମ୍ଭାବନା ରହିଛି ।