ସୁନ୍ଦରଗଡରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ !

ଗତ ତିନି ଦିନରେ ୪୨ ଜଣ ନୂଆ ସ୍କ୍ରବ୍‌ ଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ !

କମିବାର ନାଁ ଧରୁଣୀ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ସୁନ୍ଦରଗଡରେ ଏହି ରୋଗକୁ ନେଇ ଚିନ୍ତା ବଢିଯାଇଛି । କହିବାକୁ ଗଲେ ପୁରା ଅଣାୟତ୍ତ ପରିସ୍ଥିତି ଦେଇ ଗତି କରୁଛି ସୁନ୍ଦରଗଡ । ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ଗତ ତିନି ଦିନରେ ୪୨ ଜଣ ନୂଆ ସ୍କ୍ରବ୍‌ ଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଗତ ଜାନୁଆରି ମାସରେ ପ୍ରଥମ ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଥିଲା । ପରବର୍ତ୍ତୀ ସମୟରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲା । କିନ୍ତୁ ଅଗଷ୍ଟ ମାସରୁ ସଂଖ୍ୟାରେ ଆଖିଦୃଶିଆ ବୃଦ୍ଧି ଘଟୁଛି। ସୂଚନା ଅନୁସାରେ ବୁଧବାର ସୁଦ୍ଧା ଜିଲ୍ଲାରେ ୨୯୨ ଜଣ ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି ।

ଗୁରୁବାର ଦିନ ମୋଟ୍‌ ୪୭ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଶୁକ୍ରବାର ଜିଲ୍ଲାରେ ୭୪ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୨୦ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି। କହିବାକୁ ଗଲେ ଆଜି ଜିଲ୍ଲାରେ ପଜିଟିଭ୍‌ ହାର ୨୭.୦୨% ରହିଛି। ସେହିଭଳି ବୁଧବାର ୬୯ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୧୩ଟି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଥନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି ।