SCB ରେ ମେଡିକାଲରେ ୬ ଜଣିଆ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍

କଟକ ବଡ଼ ଡାକ୍ତରଖାନାରେ କେନ୍ଦ୍ରୀୟ ତଦନ୍ତକାରୀ ଦଳ

କଟକ ବଡ଼ ଡାକ୍ତରଖାନାରେ କେନ୍ଦ୍ରୀୟ ତଦନ୍ତକାରୀ ଦଳ। ଏସସିବିରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ୬ ଜଣିଆ କେନ୍ଦ୍ରୀୟ ଟିମ ମେଡିକାଲରେ ପହଞ୍ଚିଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରଶମନ କତ୍ତୃପକ୍ଷ , ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ପ୍ରଫେସର, ଭାରତ ସରକାରଙ୍କ ଅଗ୍ନିସମ ବିଭାଗ ପରାମର୍ଶ ଦାତା ପ୍ରମୁଖ ଟିମରେ ସାମିଲ ଅଛନ୍ତି।ସୂଚନାଯୋଗ୍ୟ, ଗୋଟିଏ ମାସ ପୂର୍ବରୁ କଟକ ଏସସିବି ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଆଶୁ ଚିକିତ୍ସା ବିଭାଗର ଟ୍ରମା କେୟାର ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା । ରାତି ପ୍ରାୟ ତିନିଟା ବେଳେ ପ୍ରଥମ ମହଲାରେ ହଠାତ ନିଆଁ ଲାଗି ଯାଇଥିଲା । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଅବହେଳା, ଏବଂ ସଠିକ୍ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅଭାବ ଯୋଗୁଁ ଏପରି ଅଘଟଣ ଘଟିଥିଲା । ଖବର ପାଇ ବଡ ମେଡିକାଲର ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ପରେ ତିନୋଟି ଦମକଳ ଗାଡି ପହଞ୍ଚିଥିଲେ । ତୁରନ୍ତ ଆଇସିୟୁରୁ ରୋଗୀଙ୍କୁ ସ୍ଥାନାନ୍ତର ଉଦ୍ୟମ କରାଯାଇଥିଲା । ଏହାପରେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *