ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

କଟକଣା ସତ୍ତ୍ୱେ କାହିଁକି ରାଜଧାନୀରେ ଫୁଟିଲା ବାଣ: ସୁପ୍ରିମକୋର୍ଟ

ଦୀପାବଳିରେ ରାଜଧାନୀ ଦିଲ୍ଲୀରେ ବାଣ ଖୁବ ଜୋର ଫୁଟିଥିଲା, ବାରଣ ସତ୍ତ୍ୱେ ଲୋକମାନେ ମାନିନଥିଲେ ଫଳରେ ଦିଳ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଅଧିକ ହୋଇଥିଲା । ବାୟୁ ପ୍ରଦୂଷଣ ଓ ବାଣ ଫୁଟା ପାଇଁ ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସର୍ବୋଚ୍ଚ ଅଦାଲତ ଆତିଶୀ ସରକାରଙ୍କୁ ଜବାବ ମାଗିଛନ୍ତି ଓ ଏହା ଉପରେ ସ୍ପଷ୍ଟିକରଣ ରଖିବାକୁ କହିଛନ୍ତି । ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ଅଂଚଳରେ ବାଣ ଫୁଟାଇବାକୁ ବାରଣ କରିଥିଲେ ,ଏମିତିକି ଲୋକ ମାନଙ୍କୁ ଗ୍ରୀନ କ୍ରାକର୍ସ ଜଳେଇବାକୁ ମଧ୍ୟ ଅନୁମତି ମିଳିନଥିଲା । କିନ୍ତୁ ବ୍ୟାନ ସତ୍ବେ ଦିଲ୍ଲୀରେ ବାଣ ଫୁଟିଥିଲା ,ଆଉ ଏହି ମାମଲା ସୁପ୍ରିମ କୋର୍ଟକୁ ଯାଇଥିଲା ଏବଂ କୋର୍ଟ ଦିଲ୍ଲୀ ସରକାରଙ୍କୁ ଜବାବ ରଖିବାକୁ କହିଛନ୍ତି । ଦୀପାବଳି ପରେ ଦିଳ୍ଲୀରେ ସିପିସିବି ଅନୁସାରେ ଦିଳ୍ଲୀର ବିଭିନ୍ନ କ୍ଷେତ୍ରରେ ବାୟୁର ଗୁଣବତ୍ତା ବହୁତ ଖରାପ ରହଥିଲା । ଆନନ୍ଦ ବିହାରରେ ଏକ୍ୟୁଆଇ ୩୯୬, ବୁରାଡି ରେ ୩୯୪,ସୋନିଆ ବିହାରରେ ୩୯୨ ଏବଂ ଦିଲ୍ଲୀ ନର୍ଥ କ୍ୟାମ୍ପସରେ ୩୯୦ ରେ ବାୟୁ ଗୁଣବତ୍ତା ସୂଚକାଙ୍କ ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *