ସଇତାନ ସ୍ବାମୀର ଜଘନ୍ୟ କାଣ୍ଡ !

ସ୍ତ୍ରୀକୁ ମାରିବାକୁ ସ୍ବାମୀ ଲଗାଇଥିଲା ସୁପାରି କିଲର !

ସଇତାନ ସ୍ବାମୀର ଜଘନ୍ୟ କାଣ୍ଡ । ସ୍ତ୍ରୀକୁ ମାରିବାକୁ ଲଗାଇଥିଲା ସୁପାରି କିଲର , ଯାହାର ପର୍ଦ୍ଦାଫାସ ପରେ ସବୁ ସତ ମାନିଛି ଅପରାଧୀ ସ୍ଵାମୀ। ଏଭଳି ଭୟଙ୍କର କାଣ୍ଡ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ବସନ୍ତପୁର ନିକଟ ବୈତରଣୀ ନଦୀ କୂଳରେ । ସୁନୀତା ଘଣା ନାମକ ଜଣେ ମହିଳାଙ୍କ ଶବ ଉଦ୍ଧାର ପରେ ପୋଲିସ ଆରମ୍ଭ କରିଥିଲା ତନାଘନା । ଆଉ ସବୁ ସନ୍ଦେହ ଯାଇଥିଲା ସ୍ଵାମୀ ସୁରେଶ ପରିଡ଼ାଙ୍କ ଉପରେ । ସ୍ବାମୀ ସୁରେଶ ଙ୍କୁ ନେଇ ଘଟଣା ସ୍ଥଳରେ ସିନ ରୀକ୍ରେଶନ କଲା ପୋଲିସ। ସୁପାରୀ କିଲରଙ୍କ ଦ୍ଵାରା ହତ୍ୟା ହୋଇଥିବା ସାମ୍ନାକୁ ଆସିଛି । ହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ସ୍ବାମୀ ସ୍ତ୍ରୀ ଙ୍କ ତିକ୍ତତା ରୁ ହତ୍ୟା ହୋଇଥିବା ସଂଦେହ କରୁଛି ପୋଲିସ। ସୂଚନା ଅନୁସାରେ ୫ ବର୍ଷ ତଳେ କେନ୍ଦୁଝର ପୋଡାସିମିଳା ଗାଁରୁ ସୁରେଶଙ୍କୁ ପ୍ରେମ ବିବାହ କରିଥିଲେ ସୁନୀତା ।

ସୁନ୍ଦରଗଡର କୋଇଡା ଥାନା ସାରକୁଣ୍ଡା ଗାଁରେ ସୁନୀତାଙ୍କ ଘର । ସୁନୀତାଙ୍କ ବିବାହ ପୂର୍ବରୁ ସୁରେଶ ଅନ୍ୟ ଜଣଙ୍କୁ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କଠାରୁ ସୁରେଶଙ୍କ ଗୋଟିଏ ଝିଅ ଓ ପୁଅ ରହିଛନ୍ତି । ତେବେ ବିବାହ ପରେ ଉଭୟ କେନ୍ଦୁଝରର କାଶୀପୁରରେ ରହୁଥିଲେ । ହେଲେ, ପ୍ରଥମେ ପ୍ରଥମେ ଭଲରେ ଚଳିଥିଲେ ବି କିଛି ଦିନ ହେଲା ସୁନୀତା ଓ ସୁରେଶଙ୍କ ମଧ୍ୟରେ ଝଗଡା ହେଉଥିଲା । ଫଳରେ ତାଙ୍କୁ ବାଟରୁ ହଟାଇବାକୁ ଷଡଯନ୍ତ୍ର କରିଥିଲା ସୁରେଶ । ତେବେ ହତ୍ୟା କିପରି କରିବ ସେ ନେଇ ୨ ମାସ ଆଗରୁ ସୁରେଶ ଯୋଜନା କରିଥିଲା। ଏହାରି ଭିତରେ ସେ ୨ ଜଣ ସୁପାରୀ କିଲର ଙ୍କ ସହିତ ଯୋଗା ଯୋଗ କରିଥିଲା। ସୂପାରୀ କିଲର ଙ୍କ ସହିତ ଡିଲ ଫାଇନାଲ ହେବା ପରେ ଗତ ସେପ୍ଟେମ୍ବର ୩ ତାରିଖ ସୁନୀତା ଙ୍କୁ ଶେଷ କରିଦେବ ବୋଲି ସ୍ଥିର କରିଥିଲା। ପୂର୍ବ ଯୋଜନା ମୁତାବକ ସୁପାରିକିଲରଙ୍କ ଦ୍ଵାରା ହତ୍ୟା କରି ସ୍ତ୍ରୀକୁ ନଦୀକୁ ଫୋପାଡି ଦେଇଥିଲେ ।