ସଇତାନ ସାଙ୍ଗ ନେଲେ ସାଙ୍ଗର ଜୀବନ !

ଟଙ୍କା ନଦେବାରୁ ସାଙ୍ଗକୁ ପଥରରେ ଛେଚି ହତ୍ୟା !

ଜଘନ୍ୟ ବିଭଶ୍ଚ ଅମାନୁଷିକତାର ନୂଆ କାହାଣୀ । ସାଙ୍ଗକୁ ପଥରରେ ଛେଚି ହତ୍ୟା କଲେ ସାଙ୍ଗ । ଏଭଳି ଅଭାବନୀୟ ଲୋମଟାଙ୍କୁରା ଘଟଣା ଘଟିଛି ରାଉରକେଲା ହେକେଟ ରୋଡରେ। ସାଙ୍ଗମାନକୁ ଟଙ୍କା ନଦେବାରୁ ତିନି ସାଙ୍ଗ ମିଶି ଦଶମ ଶ୍ରେଣୀ ଛାତ୍ରଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ । ମୃତକ ବାଲୁଘାଟ ବସ୍ତିର ରୁଦ୍ରନାରାୟଣ ପାଢୀ ହୋଇଥିବା ସୂଚନା ରହିଛି । ସୂଚନା ଅନୁସାରେ ରୁଦ୍ର ପ୍ରତିଦିନ ସାଙ୍ଗମାନଙ୍କ ପାଇଁ ଖର୍ଚ୍ଚ କରିଥାଏ । ଗଣେଶ ଭସାଣୀ ଦିନ ସାଙ୍ଗମାନେ ଟଙ୍କା ମାଗିଥିବା ବେଳେ ରୁଦ୍ର ଦେଇ ନଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ତିତି ସାଙ୍ଗ ମିଶି ପଥରରେ ଛେଚି ହତ୍ୟା କରିଥିଲେ ।

ଗତ ରବିବାର ଗଣେଶ ଭଷାଣୀ ପାଇଁ ଘରୁ ଆସି ରୁଦ୍ର ନିଖୋଜ ଥିଲେ । ଅଭିଯୋଗ ପରେ ଟାଙ୍ଗରପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ସାରନା ଛକରୁ ଦେଓଗାଁ ଯିବା ରାସ୍ତାର ନିଛାଟିଆ ସ୍ଥାନରୁ ଉଦ୍ଧାର କରାଯାଇଛି । ପ୍ରଥମେ ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଇଥିବା ବେଳେ ପୋଲିସ ୩ ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୃତ ନାବାଳକ ରୁଦ୍ର ନାରାୟଣ ଗଣେଶ ପୂଜା ଦେଖିବାକୁ ରବିବାର ରାତିରେ ଘରୁ ବାହାରି ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ପକ୍ଷରୁ ରଘୁନାଥପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଆଜି ସକାଳୁ ଦେଓଗାଁ ହେକେଟ ରୋଡରୁ ନାବାଳକର ମୃତଦେହ ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।