ପୁଣି ମନୋଜ ମିଶ୍ରଙ୍କୁ ଆହ୍ଵାନ ଦେଲେ ସନଲିସା !

ମନୋଜ ମିଶ୍ରଙ୍କ ଉପରେ ଲାଗିନି କୌଣସି ବ୍ୟାନ୍ !

ଦାଣ୍ଡରେ ପଡି ହାଟରେ ଗଡୁଛି ଓଲିଉଡ କଳି । ଆରୋପ ପ୍ରତ୍ୟାରୋପ ଭିତରେ ପ୍ରତ୍ଯେକ ଦିନ ସୋସିଆଲ ମିଡିଆରେ ଏକ ରୋଚକ ଖବର ଭାବେ ସ୍ଥାନ ପାଇଛି । ତେବେ ନବାଗତ ପ୍ରଯୋଜିକା ସନଲିସା ପଟେଲଙ୍କ ଫିଲ୍ମ ପ୍ରଥାର ପୋଷ୍ଟର ଚିରିବା ଘଟଣା ପରେ ଏହି ଓଲିଉଡ କଳି ରୋଚକ ମୋଡ ନେଇଥିଲା । ତେବେ ଯାହାକୁ ନେଇ ସନଲିସା ପଟେଲ ଓ ମନୋଜ ମିଶ୍ରଙ୍କ ମଧ୍ୟରେ ବଡ ବିବାଦ ଘନେଇଥିଲା । ତେବେ ନିଜ ଫିଲ୍ମ ପ୍ରଥକୁ ନେଇ ବିଭିନ୍ନ ପ୍ରଶାସନିକ ସ୍ତରରେ ଏବଂ ଅଲିଉଡର ସ୍ବୀକୃତିପ୍ରାପ୍ତ ସଂସ୍ଥା ସହ ଆଲୋଚନା କରି ପୁଣି ଥରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛନ୍ତି ସନଲିସା। ଆଉ କହିଛନ୍ତି ଅଭିନେତା ମନୋଜ ମିଶ୍ରଙ୍କ ଉପରେ ଲଗାଯାଇନାହିଁ କୌଣସି ବ୍ୟାନ୍ । ଉକ୍ରଳ ସିନେ ଚ୍ୟାମ୍ବର୍ସ ଅଫ୍ କମର୍ସର ଚିଠି ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ପ୍ରଥା ଫିଲ୍ମର ପ୍ରଯୋଜିକା ସନଲିସା ପଟେଲ । କହିଛନ୍ତି, ମନୋଜ ମିଶ୍ରଙ୍କ ଉପରେ କୌଣସି ଅଫିସିଆଲ ବ୍ୟାନ ଲଗାଯାଇନାହିଁ ।

ସନଲିସା କହିଛନ୍ତି, ଓଡ଼ିଶାବାସୀ ଭାବୁଛନ୍ତି, ମନୋଜ ମିଶ୍ରଙ୍କ ସହ ଯାହା ଘଟିଛି ତାହା ଭୁଲ୍, କିନ୍ତୁ ବାସ୍ତବରେ ସେମିତି କିଛି ଘଟିନାହିଁ । ସନ୍ଲିସା ଆହୁରି କହିଛନ୍ତି ଯେ ତାଙ୍କ ପାଖକୁ ଏକ ମେସେଜ୍ ଆସିଥିଲା । ଯେଉଁଥିରେ ଲେଖାହୋଇଛି, ଯେହେତୁ ଉପକୂଳ ଓଡ଼ିଶାରେ ମାଇଣ୍ଡ ଗେମ୍କୁ ଚଲାଇ ଦିଆଗଲା ନାହିଁ, ସେଥିପାଇଁ ପଶ୍ଚିମ ଓଡ଼ିଶାରେ ଓଡ଼ିଆ ସିନେମାକୁ ଚଲାଇ ଦିଆଯିବ ନାହିଁ । କିନ୍ତୁ ସନଲିସା ଦୃଢ଼ତାର ସହ କହିଛନ୍ତି ଯେ ଏବେବି ଉପକୂଳ ଓଡ଼ିଶାରେ ମାଇଣ୍ଡଗେମ୍ ଫିଲ୍ମ ଚାଲିଛି । ସେପଟେ ୨୩ ତାରିଖରେ ବିଧାନସଭା ଆଗରେ ଧାରଣା ଦେବେ ସନଲିସା । ଏହି ଧାରଣାରେ ସାମିଲ ହେବା ପାଇଁ ସେ ମନୋଜ ମିଶ୍ରଙ୍କୁ ମଧ୍ୟ ନିବେଦନ କରିଛନ୍ତି । ତେବେ ଏହି ଘଟଣାରେ କେବେ ପଡିବ ପୂର୍ଣ୍ଣଚ୍ଛେଦ ତାକୁ ହିଁ ଅପେକ୍ଷା କରିଛନ୍ତି ଓଡ଼ିଆ ସିନେପ୍ରେମୀ ।