ବେଆଇନ ଭାବେ ନିର୍ମାଣ ହେବ ଶଙ୍ଖ ଭବନ

ଶଙ୍ଖ ଭବନର ହେବ ତଦନ୍ତ

ଶଙ୍ଖ ଭବନର ହେବ ତଦନ୍ତ। ଏଭଳି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବିଜେଡିର ଶଙ୍ଖ ଭବନକୁ ନେଇ ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ତଦନ୍ତ ନେଇ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ। ଶଙ୍ଖ ଭବନ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। ଶଙ୍ଖ ଭବନ ଛିଡ଼ା ହୋଇଥିବା ୪ଟି ପ୍ଲଟ୍ ମଧ୍ୟରୁ ଗୋଟିଏ ପ୍ଲଟର କିସମ ରୋଡ୍ ବା ‘ସଡ଼କ’ ଥିଲେ ବି ସେ କିସମରେ କାରସାଦି କରାଯାଇ ତାକୁ ଘରବାଡି ପ୍ଲଟ୍‌ରେ ବଦଳା ଯାଇ ତା ଉପରେ ନିର୍ମାଣ କରାଯାଇଥିବା ତଥ୍ୟ ହସ୍ତଗତ ହୋଇଛି। ମିଳିଥିବା ଦସ୍ତାବିଜ୍ ଅନୁସାରେ ରାଜଧାନୀର ଛାତି ୟୁନିଟ-୬ରେ ମୋଟ୍ ୪ଟି ପ୍ଲଟ୍‌କୁ ମିଶାଇ ୧ ଏକର ୧୮୩ ଡିସିମିଲି ଜାଗା ଉପରେ ଶଙ୍ଖ ଭବନ ନିର୍ମାଣ ହୋଇଛି। ସେଥିମଧ୍ୟରୁ ଗୋଟିଏ ପ୍ଳଟ୍‌ର କିସମ ହେଉଛି ରୋଡ୍ ବା ସଡ଼କ। ଉକ୍ତ ଜାଗାକୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ, ଆବେଦନକାରୀ ବିଜେଡିକୁ ଲିଜ୍ ସୂତ୍ରରେ ଦେଇଛନ୍ତି। ଏହାର କିସମ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ଲିଜ୍ ଡିଡ୍‌ରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ହେଲେ ଏହି ପ୍ଲଟକୁ ଅନ୍ୟ ୩ ଘରବାଡ଼ି ପ୍ଲଟ୍ ସହ ମିଶାଇ ଶଙ୍ଖ ଭବନ ନିର୍ମାଣ ହୋଇଛି।

ଏହି ସଂପତ୍ତିର ବଜାର ମୂଲ୍ୟ ୧୦୦ କୋଟିରୁ ଅଧିକ ଟଙ୍କା ହୋଇଥିଲା ବେଳେ ବେଞ୍ଚ ମାର୍କ ଦରଠାରୁ କମ୍ ଦରରେ ମାତ୍ର ୧୨ କୋଟି ୯୩ ଲକ୍ଷ ୯୨ ହଜାର ୧୨୩ ଟଙ୍କାରେ ଏହା ବିଜେଡିକୁ ଦିଆଯାଇଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *