୬ ଦଫା ଦାବିରେ ବିଏମସି ଅଫିସ ଘେରାଉ

ବିଏମସି ଅଫିସ ଘେରିଲେ ସଫେଇ କର୍ମଚାରୀ

ବିଏମସି ଅଫିସ ଘେରିଲେ ସଫେଇ କର୍ମଚାରୀ । ସମସ୍ତ ସିଏଲ୍ଆର ଓ ଡିଏଲ୍ଆର କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ଠିକା ଶ୍ରମିକ ଉଚ୍ଛେଦ ସହ ୬ ଦଫା ଦାବି ନେଇ ବିଏମସି ଅଫିସ୍ ଘେରାଉ କରାଯାଇଛି । ୨୦ରୁ ୨୫ ବର୍ଷ ହେବ ଖରା, ବର୍ଷା ଓ ଶୀତରେ ସଫେଇ କାମ କରିଆସୁଛନ୍ତି । ସରକାରୀ ଓ ପର୍ବପର୍ବାଣୀ ଛୁଟିରେ ମଧ୍ୟ କାମ କରୁଛନ୍ତି । ହେଲେ ସେମାନଙ୍କୁ ସରକାରୀ ଘୋଷିତ ସର୍ବନିମ୍ନ ମଜୁରୀ ମଧ୍ୟ ମିଳୁନାହିଁ । ଏହାର ପ୍ରତିବାଦ କରି ଅନେକ ସଫେଇ କର୍ମଚାରୀ ବିଏମସି ଅଫିସ୍ ସମ୍ମୁଖରେ ବିକ୍ଷୋଭ କରାଯାଇଛି ।