ବିଜେଡି ଛାଡ଼ି ବିଜେପିରେ ସମୀର

ବିଜେପିରେ ମିଶିଲେ ସମୀର ଦାଶ

ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ସମୀର ଦାଶ। ବିଜେଡି ଛାଡ଼ି ବିଜେପିରେ ମିଶିଲେ ସମୀର ଦାଶ। ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ଆଜି ବିଧିବଦ୍ଧ ଭାବେ ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଆସି ବିଜୟପାଲ ସିଂ ତୋମାର, ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି। ବିଜେଡିକୁ ଶକ୍ତ ଧକ୍କା। ଦଳ ଛାଡିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ। ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ସମୀର। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର। ଦଳ ଛାଡ଼ିଥିବା ନେଇ ଭିଡିଓ ବାର୍ତ୍ତା ମାଧ୍ୟମରେ ଦେଲେ ସୂଚନା ଦେଇଛନ୍ତି।