‘ବିଜେଡିରେ ଅଛନ୍ତି ଅନେକ ଏକନାଥ ସିନ୍ଦେ’

ବିଜେଡିରେ ଅଛନ୍ତି ଅନେକ ଏକନାଥ ସିନ୍ଦେ: ବିଜେପି

ବିଜେଡିରେ ସମସ୍ତେ ତ କ୍ରୀତଦାସ ନୁହନ୍ତି। ଅନେକ ଏକନାଥ ସିନ୍ଦେ ବି ଅଛନ୍ତି। ଆଉ ଏମାନେ ସମସ୍ତେ ବିଜେପି ସହ ସଂପର୍କରେ ଅଛନ୍ତି। ବିଜେଡି ନେତା ପାଣ୍ଡିଆନଙ୍କ ମନ୍ତବ୍ୟକୁ ନେଇ ଆଜି ଏଭଳି ବଡ଼ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି।ନୂଆ ନୂଆ ରାଜନୀତିକୁ ଆସି ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତାଗିରି କରୁଥିବା ପାଣ୍ଡିଆନ୍ କେବେଠୁ ସେଫୋଲଜିଷ୍ଟ ହେଲେଣି ବୋଲି ପ୍ରଶ୍ନ କରିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି। ସେ କହିଛନ୍ତି ପାଣ୍ଡିଆନ୍ ଯଦି ସ୍ୱୀକାର କରୁଛନ୍ତି ବିଜେପିର ୫୦ଟି ସିଟ୍ ହେବ ବୋଲି ଜୁନ୍ ୪ ତାରିଖ ଦିନ ଜାଣିବେ କ’ଣ ହେବ।