ବିବାଦୀୟ ବୟାନ ଦେଇ କ୍ଷମା ମାଗିଲେ ସମ୍ବିତ

କ୍ଷମା ମାଗିଲେ ସମ୍ବିତ ପାତ୍ର

କ୍ଷମା ମାଗିଲେ ସମ୍ବିତ ପାତ୍ର । ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରତିକିୟା ଦେବାବେଳେ ଜଗନ୍ନାଥଙ୍କ ସମ୍ପର୍କରେ ଭୁଲବଶତଃ ତାଙ୍କ ପାଟିରୁ ବାହାରି ଯାଇଥିବା ଏକ ଶବ୍ଦକୁ ନେଇ ବିବାଦ ଉପୁଜିଥିଲା। ଏହାପରେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ନିଜେ ସମ୍ବିତ ପାତ୍ର। ଭୁଲ ପାଇଁ ମହାପ୍ରଭୁଙ୍କ ଚରଣରେ ଦଣ୍ଡବତ ହୋଇ କ୍ଷମା ମାଗୁଛି ବୋଲି ସମ୍ବିତ ନିଜ ସୋସିଆଲ୍ ମିଡିଆ ‘ଏକ୍ସ’ରେ ପ୍ରତିକିୟା ରଖିଛନ୍ତି। ତାସହ ଏଭଳି ଭୁଲର ପଶ୍ଚାତ୍ତାପ ପାଇଁ ୩ ଦିନ ଉପବାସ ରହିବେ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦୀ ବୋଲି କହିବା ବଦଳରେ ମୋଦୀଙ୍କ ଭକ୍ତ ଜଗନ୍ନାଥ ବୋଲି ଉଚ୍ଚାରଣ କରିଥିଲେ । ଏହାକୁ ନେଇ ରାଜନୀତି କରିବା ଅନୁଚିତ୍ ବୋଲି କହିଛନ୍ତି ସମ୍ବିତ ପାତ୍ର । ତେବେ ସମ୍ବିତଙ୍କ ଏଭଳି ମନ୍ତବ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଟୁଇଟ କରି ଏହା ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି କହିଥିଲେ। ସେହିଭଳି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏକ୍ସ ରେ ଏହାକୁ ସମାଲୋଚନା କରିଛନ୍ତି। ତେବେ ସମ୍ବିତ ଏ ନେଇ କ୍ଷମା ପ୍ରାର୍ଥନା କରିସାରିଛନ୍ତି।