ରାଷ୍ଟ୍ରପତିଙ୍କୁ ଭେଟିଲେ କ୍ରିକେଟ ଲିଜେଣ୍ଡ ସଚିନ ତେନ୍ଦୁଲକର
ରାଷ୍ଟ୍ରପତିଙ୍କୁ ଭେଟିଲେ ମାଷ୍ଟର ବ୍ଲାଷ୍ଟର । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଖାକରିଛନ୍ତି କ୍ରିକେଟ ଲିଜେଣ୍ଡ ସଚିନ ତେନ୍ଦୁଲକର । ରାଷ୍ଟ୍ରପତି ଭବନକୁ ଯାଇ ସେ ମହାମହିମଙ୍କ ସହ ଆଲୋଚନା କରିଛନ୍ତି । ‘ମାଷ୍ଟର ବ୍ଲାଷ୍ଟର’ ଭାବେ ପରିଚିତ ଏହି କିମ୍ବଦନ୍ତୀ ଖେଳାଳି ତାଙ୍କ ପତ୍ନୀ ଅଞ୍ଜଳି ତେନ୍ଦୁଲକର ଓ ଝିଅ ସାରା ତେନ୍ଦୁଲକରଙ୍କ ସହ ରାଷ୍ଟ୍ରପତି ଭବନକୁ ଯାଇଥିଲେ ।

ଏହି ଗସ୍ତ ସମୟରେ ତେନ୍ଦୁଲକର ରାଷ୍ଟ୍ରପତିଙ୍କୁ ତାଙ୍କ ଅଟୋଗ୍ରାଫ ଥିବା ଟେଷ୍ଟ ମ୍ୟାଚ୍ ଜର୍ସି ଉପହାର ଦେଇଛନ୍ତି । ନିକଟରେ ସଚିନଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ ସମ୍ମାନିତ କରିଥିଲା। ଗତ ଶନିବାର ବିସିସିଆଇର ବାର୍ଷିକ ଉତ୍ସବରେ ତେନ୍ଦୁଲକରଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା।