ଗୃହରେ ବିରୋଧୀଙ୍କ ହଙ୍ଗାମା, ୪ଟା ଯାଏଁ ଗୃହ ମୁଲତବି

୪ଟା ଯାଏଁ ଗୃହ ମୁଲତବି

ଗୃହରେ ବିରୋଧୀଙ୍କ ହଙ୍ଗାମା। ଗୃହ ମଧ୍ୟଭାଗକୁ ଆସି ବିଜେଡି, କଂଗ୍ରେସର ନାରାବାଜି। ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ କଲେ ବାଚସ୍ପତି। ହଟ୍ଟଗୋଳ ପରେ ଗୃହର ସଦସ୍ୟମାନଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ବାଚସ୍ପତି । କିନ୍ତୁ ଶୁଣିନଥିଲେ ବିରୋଧୀ। ଯାହାଫଳରେ ବାଧ୍ୟ ହୋଇ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ।କଂଗ୍ରେସ ବିଧାୟକମାନେ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିବା ସହିତ ବିଜେଡି ବିଧାୟକମାନେ ମଧ୍ୟ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ଏହାପରେ ବାଚସ୍ପତି ସୁରମା ପାଢୀ ଗୃହର ସଦସ୍ୟମାନଙ୍କୁ ଶୃଙ୍ଖଳିତ ଆଚରଣ କରିବାକୁ ଅନୁରୋଧ କରିଥିଲେ ହେଲେ ବିରୋଧୀ ସଦସ୍ୟମାନେ କିଛି ବି ଶୁଣିବାକୁ ପ୍ରସ୍ତୁତ ନଥିଲେ । ଯାହା ପରେ ବାଚସ୍ପତି ଗୃହକୁ ୪ଟା ପର୍ୟ୍ୟନ୍ତ ମୁଲତବି କରିଛନ୍ତି ।