ରାଜ୍ୟ କ୍ୟାବିନେଟରେ ୫ଟି ପ୍ରସ୍ତାବକୁ ଅନୁମୋଦନ
ରାଜ୍ୟ କ୍ୟାବିନେଟରେ ୫ଟି ପ୍ରସ୍ତାବକୁ ଅନୁମୋଦନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ଯ କ୍ୟାବିନେଟର ୨୯ ତମ ବୈଠକରେ ୪ଟି ବିଭାଗର ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ସମସ୍ତଙ୍କ ପାଇଁ ବିମାନ ସେବା ଉପଲବଧ କରାଇବାକୁ ବିମାନ ଆଧୁନିକରଣକୁ ପ୍ରୋତ୍ସାହନ ଦିଆଯାଇଛି ।ବିମାନ ଚଳାଚଳ କ୍ଷେତ୍ର ପାଇଁ ବି-ମାନ ଏକୀକୃତ ଯୋଜନାକୁ କ୍ୟାବିନେଟର ଅନୁମୋଦନ ମିଳିଛି। ବିମାନ ଚଳାଚଳ କ୍ଷେତ୍ର ପାଇଁ ଭିତ୍ତିଭୂମିର ବିକାଶ ଓ ଆଧୁନିକରଣ ପାଇଁ ଖର୍ଚ୍ଚ ହେବ ୪ହଜାର ୧୮୨ କୋଟି ଟଙ୍କା । ବିମାନ ସଂଯୋଗ, ରକ୍ଷଣାବେକ୍ଷଣ, ମରାମତି, କର୍ଗୋ ଓ ଲଜେଷ୍ଟିକ ବିକାଶ, ନୂଆ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଆଦି ଏହା ମଧ୍ୟରେ ସାମିଲ ରହିଛି।

ଏଣିକି ଅନୁଗୁଳ, ଝାରସୁଗୁଡ଼ା, କେଉଁଝର ଓ ବାରିପଦାରେ ଗଡ଼ିବ ଇ- ବସ। ସହରୀ ବିକାଶ ଓ ସହରାଞ୍ଚଳ ପରିବହନ ସେବାରେ ଉନ୍ନତି ଆଣିବାକୁ ଏହି ଲକ୍ଷ୍ଯ ରଖାଯାଇଛି। ଆଗାମୀ ୧୦ ବର୍ଷ ପାଇଁ ୨୦୦ଟି ଇ-ବସ୍ ରାଜ୍ୟରେ ଚାଲିବ। ପ୍ରଥମକରି ଅନୁଗୁଳ, ଝାରସୁଗୁଡ଼ା, କେଉଁଝର ଓ ବାରିପଦାରେ ୨୫ ଲେଖାଏଁ ନୂଆ ଇ-ବସ୍ ଚାଲିବ। ସେହିଭଳି ବ୍ରହ୍ମପୁର ଓ ସମ୍ବଲପୁର ୫୦ ବସ୍ ଚାଲିବ। ଏଥିପାଇଁ ୯ଶହ ୫୨କୋଟି ଟଙ୍କା ଖର୍ଚ୍ଚ ହେବ। ଏଣିକି ଆହାର ଯୋଜନା ପାଇଁ ଖର୍ଚ୍ଚ ରାଜ୍ୟ ସରକାର ନିଜେ ବହନ କରିବେ। ଏଥିପାଇଁ ୫ ବର୍ଷ ପାଇଁ ୫୧୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
