ମୁଖ୍ୟଯନ୍ତ୍ରୀ ଘରୁ ମିଳିଲାଣି ନଗଦ ୨.୫୧ କୋଟି ଟଙ୍କା

ମୁଖ୍ୟଯନ୍ତ୍ରୀ ଘରୁ ମିଳିଲାଣି ନଗଦ ୨.୫୧ କୋଟି ଟଙ୍କା

RW ଡିଭିଜନ ମୁଖ୍ୟଯନ୍ତ୍ରୀଙ୍କ ଘରୁ ମିଳିଲାଣି ନଗଦ ୨.୫୧ କୋଟି ଟଙ୍କା । ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରୁ ମିଳିଲାଣି ୨.୫୧ କୋଟି ଟଙ୍କା । ପ୍ରେସମିଟ୍‌ରେ ସୂଚନା ଦେଲେ ଭିଜିଲାନ୍ସ ନିର୍ଦ୍ଦେଶକ । ଅନୁଗୁଳ ଘରୁ ୧.୩ କୋଟି, ଭୁବନେଶ୍ବର ଘରୁ ୧.୨୧ କୋଟି ଜବତ ହୋଇଛି । ସକାଳେ ୨ କୋଟି ମିଳିଥିଲା, ଏବେ ଆଉ ୫୦ ଲକ୍ଷ ଟଙ୍କା ମିଳିଛି । ମୁଖ୍ୟଯନ୍ତ୍ରୀଙ୍କର ଅନୁଗୁଳରେ ୨ଟି ବହୁତଳ କୋଠା ଅଛି । ଭୁବନେଶ୍ବର ଓ ପିପିଲିରେ ୨ଟି ଫ୍ଲାଟ୍ ଓ ୭ଟି ପ୍ଲଟ୍ ଅଛି ।ଅନୁଗୁଳରେ ୩ଟି ଓ ପିପିଲିରେ ୪ଟି ପ୍ଲଟ୍ ଅଛି । ଦେଢ଼ କୋଟି ଟଙ୍କାର ବ୍ୟାଙ୍କ ଓ ବୀମା ଜମା ଠାବ ହୋଇଛି । ସେୟାର ମାର୍କେଟରେ ୨.୭ କୋଟିର ଇନ୍‌ଭେଷ୍ଟ କରିଛନ୍ତି। ମୁଖ୍ୟଯନ୍ତ୍ରୀ ଆସନ୍ତାକାଲି ଚାକିରିରୁ ଅବସର ନେଇଥାଆନ୍ତେ। ଭିଜିଲାନ୍ସକୁ ଦେଖି ଝରକା ପଟେ ଫିଙ୍ଗି ଦେଇଥିଲେ ବିଡ଼ାବିଡା ଟଙ୍କା।