ଡେପୁଟି ରେଞ୍ଜରଙ୍କ ଘରୁ ମିଳିଲା ନଗଦ ଦେଢ କୋଟି, ସୁନା ବିସ୍କୁଟ
ବାବୁଙ୍କ ଘରେ ପୁଳା ପୁଳା ଟଙ୍କା । ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ମିଳିଲା ନଗଦ ଦେଢ କୋଟି। ଅଧ କେଜିର ସୁନା, କେଜିଏରୁ ଅଧିକ ରୁପା ମିଳିଲାଣି ଡେପୁଟି ରେଞ୍ଜରଙ୍କ ଘରୁ। ୬ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ। ଜୟପୁରର ପୈତୃକ ଘର, ଆପାର୍ଟମେଂଟରେ ଥିବା ୨ଟି ଫ୍ଲାଟ, ସମ୍ବାର ଟୋଟାରେ ଥିବା ଶ୍ବଶୁର ଘର, ଭୁବନେଶ୍ବରରେ ଥିବା ଭାଈ ଘର ସମେତ ତାଙ୍କ ଅଫିସରେ ରେଡ କରିଛନ୍ତି ଅଧିକାରୀ। ଚଢାଉରେ ଭିଜିଲାନ୍ସର ୬ଡିଏସପି, ୫ଇନ୍ସପେକ୍ଟର, ୯ଏଏସଆଇ ଏବଂ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି। ଚଢାଉ ଜାରି ରହିଥିବା ବେଳେ ଏଯାବତ୍ ଭିଜିଲାନ୍ସ ସାଢେ ୩ଲକ୍ଷ ନଗଦ ଟଙ୍କା ଜବତ କରିଛି ।
