ରାଷ୍ଟ୍ରପତିଙ୍କ ଭାଷଣକୁ ବୋରିଂ କହିଲେ ସୋନିଆ ଗାନ୍ଧି
ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସୋନିଆ ଗାନ୍ଧିଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା । ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପୁଅର ଥିଙ୍ଗ କହିଛନ୍ତି ସୋନିଆ ଗାନ୍ଧି । ସୋନିଆଙ୍କ ପ୍ରତିକ୍ରିୟା ପରେ ରାଜନୈତିକ ପ୍ରତିକ୍ରିୟା ଜୋର ଧରିଛି । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସୋନିଆ ଗାନ୍ଧୀ କହିଛନ୍ତି, ପଢ଼ି ପଢ଼ି କ୍ଳାନ୍ତ ହୋଇଯାଇଥିଲେ ରାଷ୍ଟ୍ରପତି। ଏବଂ ଏହାକୁ ବୋରିଂ କହିଛନ୍ତି । ଏହାକୁ କଡା ସମାଲୋଚନା କରିଛି ବିଜେପି । ସୋନିଆଙ୍କ ବିବାଦୀୟ ବୟାନକୁ ଦୃଢ ନିନ୍ଦା କଲେ ଜେପି ନଡ୍ଡା । ମୁଁ ଓ ପ୍ରତ୍ୟେକ ବିଜେପୁ କର୍ମକର୍ତ୍ତା ଏହାକୁ ଦୃଢ ନିନ୍ଦା କରୁଛୁ । କଂଗ୍ରେସ ଗରିବ ଓ ଆଦିବାସୀ ବିରୋଧୀ ବୋଲି ବୟାନ ଦର୍ଶାଉଛି । ରାଷ୍ଟ୍ରପତି ଓ ଆଦିବାସୀଙ୍କୁ କଂଗ୍ରେସ ନିଃସର୍ତ୍ତ କ୍ଷମା ମାଗୁ । ଏଭଳି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ କହିଛନ୍ତି ସାଂସଦ ସମ୍ବିତ ପାତ୍ର । ରାଷ୍ଟ୍ରପତି ଦେଶର ପ୍ରଥମ ନାଗରିକ, ସେ କଦାପି ବିଚରା ନୁହଁନ୍ତି । ସେ ସଶକ୍ତ, ସେ ଥକିନାହାନ୍ତି କି ନଇଁନାହାନ୍ତି । ସୋନିଆ ଗାନ୍ଧି ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବା ଉଚିତ୍ ।
