ରାଉରକେଲା ବିମାନ କ୍ରାସ ଘଟଣାରେ ଜଣେ ମୃତ

ରାଉରକେଲା ବିମାନ କ୍ରାସ ଘଟଣାରେ ଜଣେ ମୃତ

ରାଉରକେଲା ବିମାନ କ୍ରାସ ଘଟଣାରେ ଜଣେ ମୃତ । ଆଜି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶୁଶାନ୍ତ ବିଶ୍ୱାଳ । ଗତ 10 ତାରିଖରେ ଜଳଦା ନିକଟରେ ହୋଇଥିଲା ଦୁର୍ଘଟଣା । ଏଥିରେ 2 ପାଇଲଟଙ୍କ ସହ 6 ଜଣ ଆହତ ହୋଇଥିଲେ । ଏଥିରେ ଶୁଶାନ୍ତ ଗୁରୁତର ଥିଲେ ।ଉନ୍ନତମାନର ଚିକିତ୍ସା ପାଇଁ ୨ ଗୁରୁତରଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଥିଲା । ଆହତ ସୁନୀଲ ଅଗ୍ରୱାଲ ଓ ତାଙ୍କ ପତ୍ନୀ ସବିତା ଆଗ୍ରୱାଲଙ୍କୁ ମୁମ୍ୱାଇ ଏୟାରଲିଫ୍ଟ କରାଯାଇଥିଲା । ଶୁଶାନ୍ତ ବିଶ୍ୱାଳ ମଧ୍ୟ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ । ଭୁବନେଶ୍ବରରରୁ ରାଉରକେଲାକୁ ଅଭିମୁଖେ ୯-ସିଟ୍ ବିଶିଷ୍ଟ ଛୋଟ ଏକ ଘରୋଇ ବିମାନ ଉଡାଣ ଭରିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଉରକେଲା ଜଲଦା ନିକଟରେ ଲ୍ୟାଣ୍ଡିଂ କରିଥିଲା । ଦୁର୍ଘଟଣାରେ କ୍ୟାପଟେନ ନବୀନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।

Leave a Reply

Your email address will not be published. Required fields are marked *