ବାରବାଟୀରେ ଇଂଲଣ୍ଡ ଟିମ୍‌କୁ ଧୂଳି ଚଟାଇଲା ଟିମ୍‌ ଇଣ୍ଡିଆ

ବାରବାଟୀରେ ଭାରତର ବଡ଼ ବିଜୟ

ବାରବାଟୀରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚକୁ ୪ ଉଇକେଟରେ ଜିତିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ନେଇଛି ଭାରତ। ସିରିଜର ଅନ୍ତିମ ମ୍ୟାଚ ବାକି ଥିଲେ ମଧ୍ୟ ଭାରତ ୨-୦ରେ ବିଜୟୀ ହୋଇଛି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଫର୍ମକୁ ଫେରିବା ସହ ଦମଦାର ଶତକ ହାସଲ କରିଥିଲେ। ୯୦ ବଲ ଖେଳିଥିବା ରୋହିତ ୧୨ ଚୌକା ଓ ୭ ଛକା ମାରିଥିଲେ। ୩୦୫ ରନର ପିଛା କରୁଥିବା ଭାରତ ୪୪.୩ ଓଭରରେ ୬ ଉଇକେଟ ହରାଇ ବିଜୟ ହାସଲ କରି ନେଇଥିଲେ।

ରୋହିତ ଶର୍ମାଙ୍କ ବ୍ୟତୀତ ଶୁବମନ ଗିଲ୬୦ ରନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରେୟସ ଆୟର ୪୪ ଓ ଅକ୍ଷର ପଟେଲ ଅପରାଜିତ ୪୧ ରନ କରିଥିଲେ। ରବୀନ୍ଦ୍ର ଜାଡେଜା ୧୧ ଓ ଅକ୍ଷର ପଟେଲ ଅପରାଜିତ ରହି ଭାରତକୁ ଫିନିଶ ଲାଇନ ପାର କରାଇଥିଲେ। ଇଂଲଣ୍ଡ ପକ୍ଷରୁ ଜେମି ଓଭରଟନ ୨, ଲିଆମ ଲିଭିଙ୍ଗଷ୍ଟୋନ, ଆଦିଲ ରଶିଦ ଓ ଗସ ଆଟକିନସନ ଗୋଟିଏ ଲେଖାଏ ୱିକେଟ ନେଇଥିଲେ। ପୂର୍ବରୁ ଟସ ଜିତି ବ୍ୟାଟିଂ କରିଥିବା ଇଂଲଣ୍ଡ ୪୯.୪ ଓଭରରେ ୩୦୪ ରନରେ ଅଲଆଉଟ ହୋଇଥିଲା। ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରିଥିବା ବେଳେ ଫିଲିପ ସଲ୍ଟ(୨୬) ଓ ବେନ ଡକେଟ(୬୫) ପ୍ରଥମ ୱିକେଟରେ ୮୧ ରନ ଯୋଡିଥିଲେ। ୬୫ ବଲରେ ଉଭୟ ୮୧ ରନ ଯୋଡିଥିବା ବେଳେ ସଲ୍ଟଙ୍କୁ ଆଉଟ କରି ଏହି ଯୋଡି ଭାଙ୍ଗିଥିଲେ ଡେବ୍ୟୁଟାଣ୍ଟ ବରୁଣ ଚକ୍ରବର୍ତ୍ତୀ।

Leave a Reply

Your email address will not be published. Required fields are marked *