ରାସ୍ତା ତଳକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ୩୫ଯାତ୍ରୀ !

ଗଜପତି ଜିଲ୍ଲା ହିକିରିକୁପାଠାରେ ସଡକ ଦୁର୍ଘଟଣା !

ରାସ୍ତା ତଳକୁ ଭାରସାମ୍ୟ ହରାଇ ଖସିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ । ଏଭଳି ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ହିକିରିକୁପା ଗାଁ ନିକଟରେ। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୩୫ ଯାତ୍ରୀଙ୍କୁ ଧରି ଆର.ବି. କୋଚ୍ ନାମକ ଏକ ଘରୋଇ ବସ୍‌ ବ୍ରହ୍ମପୁରଠାରୁ ଇନ୍ଦ୍ରାବତି ଯାଉଥିଲା। ମାତ୍ର ହିକିରିକୁପା ଗାଁ ନିକଟସ୍ଥ ବୁଲାଣିଆ ରାସ୍ତାରେ ବସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଯାଇଥିଲା।

ସଙ୍ଗେ ସଙ୍ଗେ ଖବର ପାଇ ମୋହନା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଆଉ ଅଳ୍ପକେ ବର୍ତ୍ତିଯାଇଥିଲା ଯାତ୍ରୀଙ୍କ ଜୀବନ । ତେବେ ପୋଲିସ ସହାୟତାରେ ଯାତ୍ରୀମାନଙ୍କୁ ଅନ୍ୟ ବସରେ ସେମାନଙ୍କ ଗନ୍ତ୍ୟବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ଦୁର୍ଘଟଣା ହୋଇଥିବା ଡ଼୍ରାଇଭର କହିଛନ୍ତି । ତେବେ ଏହି ଘଟଣା ସେହି ସମୟରେ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିଲା ।